ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତରେ ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି:ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ମାଓବାଦୀ ଏକ ବଡ଼ ଅଘଟଣ ଘଟେଇବା ନେଇ ଯୋଜନା କରୁଥିଲେ। କିନ୍ତୁ ସବୁ ଯୋଜନା ପଣ୍ଡ ହୋଇଛି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି […]

Samaya Live Picture
Published On

ମାଲକାନଗିରି:ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ମାଓବାଦୀ ଏକ ବଡ଼ ଅଘଟଣ ଘଟେଇବା ନେଇ ଯୋଜନା କରୁଥିଲେ। କିନ୍ତୁ ସବୁ ଯୋଜନା ପଣ୍ଡ ହୋଇଛି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କିଛି ଲୁଚି ରହି ଥାଇପାରନ୍ତି ବୋଲି ଅନୁମାନ ହେଉଛି।

Tags: