ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମହିଳା ମାନଙ୍କୁ ଅଗ୍ନିଶମ ବିଭାଗରେ ସାମିଲ୍ କରିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୟ ବଦଳିଛି ସବୁ କିଛି ସମ୍ଭବ ହୋଇ ପାରିବ। ଆମେ ଏହି ବିଷୟକୁ ଆଲୋଚନାକୁ ନେଇଛୁ ଆଗାମୀ ଦିନରେ ଏହି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କାରିବି ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ। ମହିଳାମାନଙ୍କୁ କେମିତି ସାମିଲ କରାଯିବ ସେ ନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ […]

Samaya Live Picture
Published On

ଭୁବନେଶ୍ୱର: ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମହିଳା ମାନଙ୍କୁ ଅଗ୍ନିଶମ ବିଭାଗରେ ସାମିଲ୍ କରିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୟ ବଦଳିଛି ସବୁ କିଛି ସମ୍ଭବ ହୋଇ ପାରିବ। ଆମେ ଏହି ବିଷୟକୁ ଆଲୋଚନାକୁ ନେଇଛୁ ଆଗାମୀ ଦିନରେ ଏହି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କାରିବି ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ। ମହିଳାମାନଙ୍କୁ କେମିତି ସାମିଲ କରାଯିବ ସେ ନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।ରାଜ୍ୟସ୍ତରୀୟ ” ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ” ରେ ଏହି ଘୋଷଣା କରାଯାଇଛି।

ଆଗାମୀ ଦିନରେ ଅଗ୍ନିଶମ ବିଭାଗରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଫାୟାର ମ୍ୟାନ ନାଁ ହେବ ପରିବର୍ତ୍ତନ। କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଫାୟାର ମ୍ୟାନ ବଦଳରେ ” ଫାୟାର ଫାଇଟର ” କୁହାଯିବ। ଏହାକୁ ଖୁବଶୀଘ୍ର କ୍ୟାବିନେଟ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Tags: