ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ,ଯାତ୍ରୀ ସୁରକ୍ଷିତ
ଜୟପୁର: ପୁଣି ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ଘାଟିରେ ଜଳିଗଲା OSRTC ଯାତ୍ରୀବାହୀ ବସ୍ । ତେବେ ଏଥିରୁ ୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଏହି ଦୁର୍ଘଟଣା ଘଟିଛି । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା । ସୂଚନାନୁସାରେ,ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ଓଡ଼ିଶାର (OSRTC )ଏକ ବସ୍ ବିଜୟନଗର ଠାରୁ ଜୟପୁର ଅଭିମୁଖେ ଆସୁଥିଲା । ଆନ୍ଧ୍ର […]
ଜୟପୁର: ପୁଣି ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ଘାଟିରେ ଜଳିଗଲା OSRTC ଯାତ୍ରୀବାହୀ ବସ୍ । ତେବେ ଏଥିରୁ ୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଏହି ଦୁର୍ଘଟଣା ଘଟିଛି । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା ।
ସୂଚନାନୁସାରେ,ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ଓଡ଼ିଶାର (OSRTC )ଏକ ବସ୍ ବିଜୟନଗର ଠାରୁ ଜୟପୁର ଅଭିମୁଖେ ଆସୁଥିଲା । ଆନ୍ଧ୍ର ସୀମାନ୍ତ କୋନାଓ୍ୱାଲାସ ପ୍ରଥମ ଘାଟି ଚଢୁଥିବା ସମୟରେ ହଠାତ୍ ଇଞ୍ଜିନ୍ରୁ ଧୁଆଁ ବାହାରିଥିଲା । ଯାହାକୁ ଡ୍ରାଇଭର ଦେଖି ଗାଡ଼ିକୁ ରାସ୍ତାକଡ଼ରେ ଛିଡ଼ା କରି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ବସଟି ଜଳିଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ସ୍ଥଳରେ ଆନ୍ଧ୍ର ସାଲୁର ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି।




