ଜଳିଗଲା ମୋ ବସ: କଟକ ଲିଙ୍କ ରୋଡ଼ରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ:କଟକ ଲିଙ୍କ ରୋଡ଼ରେ ଜଳିଗଲା ମୋ ବସ। ହଠାତ ବସରେ ନିଆଁ ଲାଗି ହୁତୁହୁତୁ ଜଳିଥିଲା। କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ବସରେ ଥିବା ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଘଟିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ। ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ। କିନ୍ତୁ ବସରେ ଥିବା ଅସବାପାତ୍ର ପୋଡି ପାଉଁଶ […]

Samaya Live Picture
Published On

କଟକ:କଟକ ଲିଙ୍କ ରୋଡ଼ରେ ଜଳିଗଲା ମୋ ବସ। ହଠାତ ବସରେ ନିଆଁ ଲାଗି ହୁତୁହୁତୁ ଜଳିଥିଲା। କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ବସରେ ଥିବା ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଘଟିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ। ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି।

ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ। କିନ୍ତୁ ବସରେ ଥିବା ଅସବାପାତ୍ର ପୋଡି ପାଉଁଶ ହୋଇ ଯାଇଛି। ଡ୍ରାଇଭର ଓ ହେଲ୍ପରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କୁହାଯାଉଛି। ସର୍ଟ ସର୍କିଟ ଯୋଗୁ ବସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Tags: