ଜଗତପୁରରେ ଶ୍ରମିକ ସେଡ୍‌ରେ ନିଆଁ

କଟକ : ଜଗତପୁର ସ୍ଥିତ ଏଲ୍‌ ଆଣ୍ଡ ଟି ନିର୍ମିତ ଅସ୍ଥାୟୀ ଶ୍ରମିକ ସେଡରେ ନିଆଁ I ଗତକାଲି ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଶ୍ରମିକ ମାନଙ୍କର ୪୦ଟି ସେଡ ଜଳି ଯାଇଥିବା ବେଳେ ୯୬୦ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି I ଖବର ପାଇ ଚାଉଳିଆଗଞ୍ଜରୁ ୨ଟି ଏବଂ ଚୌଦ୍ୱାରରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ରାତି ୯ ଟା ପାଖାପାଖି ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ […]

Samaya Live Picture
Published On

କଟକ : ଜଗତପୁର ସ୍ଥିତ ଏଲ୍‌ ଆଣ୍ଡ ଟି ନିର୍ମିତ ଅସ୍ଥାୟୀ ଶ୍ରମିକ ସେଡରେ ନିଆଁ I ଗତକାଲି ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଶ୍ରମିକ ମାନଙ୍କର ୪୦ଟି ସେଡ ଜଳି ଯାଇଥିବା ବେଳେ ୯୬୦ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି I ଖବର ପାଇ ଚାଉଳିଆଗଞ୍ଜରୁ ୨ଟି ଏବଂ ଚୌଦ୍ୱାରରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗତକାଲି ରାତି ୯ ଟା ପାଖାପାଖି ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି ଅସ୍ଥାୟୀ ଗୃହରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଶ୍ରମିକ ମାନଙ୍କର ସମସ୍ତ ଆସବାବ ପତ୍ର ଜାଳି ଯାଇଥିବାବେଳେ କାହାରି ଜୀବନ ହୋଇ ନଥିବା ସୂଚନା ମିଳିଛି I ସୂଚନା ଅନୁଯାୟୀ କଟକ ବଡ ମେଡିକାଲ ଏମ୍ସ ପ୍ଲସ୍‌ କାର୍ଯ୍ୟର ଠିକା ନେଇଥିବା ଏଲ୍‌ ଆଣ୍ଡ ଟି ସଂସ୍ଥା ନିଜର ଶ୍ରମିକମାନଙ୍କୁ ନଜରପୁରସ୍ଥିତ ମୁଖାର୍ଜୀ କ୍ୟାମ୍ପସ୍‌ ମଧ୍ୟରେ କଣ୍ଟେନର୍‌ ଗୃହରେ ରଖୁ୍ଥିଲା। ପ୍ରତି କଣ୍ଟେନର୍‌ରେ ୨୪ ଜଣ ଲେଖାଏ କରି ମୋଟ ୯୬୦ଜଣ ଶ୍ରମିକ ଏଥିରେ ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ଅନ୍ୟମାନେ କଣ୍ଟେନର୍‌ ମଧ୍ୟରେ ରହିଥିଲେ।

ଅଗ୍ନିକାଣ୍ଡର ଖବର ପାଇ ଚାଉଳିଆଗଞ୍ଜରୁ ୨ଟି ଏବଂ ଚୌଦ୍ୱାରରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଶ୍ରମିକମାନଙ୍କ ଆସବାବପତ୍ର ଜଳିପୋଡ଼ି ଯାଇଥିବା​ ସୂଚନା ମିଳିଛି।

Tags: