ବ୍ରହ୍ମପୁର ଏମକେସିଜି ରେ ଅଗ୍ନିକାଣ୍ଡ
ବ୍ରହ୍ମପୁର : ବ୍ରହ୍ମପୁରସ୍ଥି ଏମ୍କେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ । ଆଜି ମଧ୍ୟାହ୍ନ ସମୟରେ ବିଲଡିଂ ର ୪ର୍ଥ ମହଲାରେ ନିଆଁ ଲାଗିଥିଲା I ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏବେ କେବଳ ଧୂଆଁ ବାହାରୁଥିବାର କହିଛନ୍ତି ଅଗ୍ନିଶମ ଅଧିକାରୀ । ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ ୟୁନିଟ, ଏମକେସିଜିରେ ଥିବା ଅଗ୍ନିଶମ କାର୍ଯ୍ୟାଳୟର ଗୋଟିଏ ୟୁନିଟ ନିଆଁ […]
ବ୍ରହ୍ମପୁର : ବ୍ରହ୍ମପୁରସ୍ଥି ଏମ୍କେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ । ଆଜି ମଧ୍ୟାହ୍ନ ସମୟରେ ବିଲଡିଂ ର ୪ର୍ଥ ମହଲାରେ ନିଆଁ ଲାଗିଥିଲା I ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏବେ କେବଳ ଧୂଆଁ ବାହାରୁଥିବାର କହିଛନ୍ତି ଅଗ୍ନିଶମ ଅଧିକାରୀ । ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ ୟୁନିଟ, ଏମକେସିଜିରେ ଥିବା ଅଗ୍ନିଶମ କାର୍ଯ୍ୟାଳୟର ଗୋଟିଏ ୟୁନିଟ ନିଆଁ ଲିଭା କାର୍ଯ୍ୟାରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୨୫ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି I
ଏହି ବିଲଡିଂରେ ପ୍ଲାଷ୍ଟିକ ସର୍ଜରୀ ରୋଗୀ ରହୁଥିବା ବେଳେ ଡାଇଲସିସ ୱାର୍ଡ ବି ରହିଛି। ତେଣୁ ଏଠାରେ ବହୁ ଗୁରୁତର ରୋଗୀ ଭର୍ତ୍ତି ହୋଇଥିଲେ। ତେବେ ନିଆଁ କିପରି ଲାଗିଲା ତଥା ଏହା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡ଼ିନି। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।




