୯୪୧ ଜଣଙ୍କୁ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ” ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ” ଅନୁଷ୍ଠିତ। ଓଡ଼ିଶା ରାଜ୍ୟ ଅଗ୍ନିଶମ ଓ ଜରୁରୀ କାଳୀନ ସେବା ପକ୍ଷରୁ OUAT ସ୍ଥିତି କୃଷି ଶିକ୍ଷା ସଦନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଯୋଗ ଦେଇ ୯୪୧ ଜଣ ଅଗ୍ନିଯୋଦ୍ଧା ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଗ୍ନିବୀରଙ୍କୁ ଶୁଭେଚ୍ଛା ଜଣାଇବ ସହ କହିଛନ୍ତି ଯେ ମଣିଷ ଜୀବନ ବଞ୍ଚିବାଇବା ଠାରୁ ଅନ୍ୟ […]
ଭୁବନେଶ୍ୱର: ରାଜ୍ୟସ୍ତରୀୟ ” ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ” ଅନୁଷ୍ଠିତ। ଓଡ଼ିଶା ରାଜ୍ୟ ଅଗ୍ନିଶମ ଓ ଜରୁରୀ କାଳୀନ ସେବା ପକ୍ଷରୁ OUAT ସ୍ଥିତି କୃଷି ଶିକ୍ଷା ସଦନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଯୋଗ ଦେଇ ୯୪୧ ଜଣ ଅଗ୍ନିଯୋଦ୍ଧା ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଗ୍ନିବୀରଙ୍କୁ ଶୁଭେଚ୍ଛା ଜଣାଇବ ସହ କହିଛନ୍ତି ଯେ ମଣିଷ ଜୀବନ ବଞ୍ଚିବାଇବା ଠାରୁ ଅନ୍ୟ କିଛି ପୁଣ୍ୟକାମ ନାହିଁ। ତେଣୁ ଆପଣ ଏହି ବିଭାଗରେ ଆଜି ଠାରୁ ସାମିଲ୍ ହେଇଛନ୍ତି।
ସଧାରଣ ଲୋକଙ୍କ ଜୀବନ ରକ୍ଷା କରି ପୁଣ୍ୟ ଅର୍ଜନ କରନ୍ତୁ। ଏହି ସୁଯୋଗ ଅନ୍ୟ କାହାକୁ ମିଳିନ ଥାଏ। ଅଗ୍ନିଶମ ବିଭାଗର ଅନ୍ୟ ଯେଉଁ ପଦବୀ ଗୁଡ଼ିକ ଖାଲି ଅଛି ତାକୁ ତୁରନ୍ତ ପୂରଣ କରିବା ପାଇଁ ଅନୁମତି ଦିଆଯାଇଛି। ଅନ୍ୟ ପଟେ ବିଭାଗରେ ମହିଳାଙ୍କୁ ସାମିଲ୍ କରିବା ନେଇ ଆଲୋଚନା କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଦର୍ଶୀତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଆଜିର ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂ ଦେଓ,ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଉପସ୍ଥିତି ରହିଥିଲେ ।




