ଛୋଟ ଅପରାଧୀଙ୍କୁ ଦଣ୍ଡ ବଦଳରେ ଜୋରିମାନା – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ୨୮ତମ ରାଜ୍ୟ କ୍ୟାବିନେଟ୍ ବୈଠକ I ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ “ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ ୨୦୨୫”କୁ ମଞ୍ଜୁରୀ ମିଳିଛି । ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତକରି ଦେୟଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବ ଏବଂ ଅନାବଶ୍ୟକ ନିୟାମକ ବୋଝ ହ୍ରାସ କରି ବ୍ୟବସାୟ ଓ ଜୀବନଧାରଣରେ ସହଜତା (EoDB ଓ EoL) ବୃଦ୍ଧି […]
ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ୨୮ତମ ରାଜ୍ୟ କ୍ୟାବିନେଟ୍ ବୈଠକ I ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ “ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ ୨୦୨୫”କୁ ମଞ୍ଜୁରୀ ମିଳିଛି । ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତକରି ଦେୟଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବ ଏବଂ ଅନାବଶ୍ୟକ ନିୟାମକ ବୋଝ ହ୍ରାସ କରି ବ୍ୟବସାୟ ଓ ଜୀବନଧାରଣରେ ସହଜତା (EoDB ଓ EoL) ବୃଦ୍ଧି କରିବ।
ଅଧ୍ୟାଦେଶଟି ୧୬ଟି ରାଜ୍ୟ ଆଇନ, ଯଥା ଓଡ଼ିଶା ନର୍ସ ଓ ଧାତ୍ରୀ ପଞ୍ଜୀକରଣ ଆଇନ ୧୯୩୮, ଓଡ଼ିଶା ପୌର ଆଇନ ୧୯୫୦, ଓଡ଼ିଶା ଜୁଆ ନିବାରଣ ଆଇନ ୧୯୫୫, ଓଡ଼ିଶା କୃଷି ଉତ୍ପାଦ ବଜାର ଆଇନ ୧୯୫୬ ଇତ୍ୟାଦି, ସଂଶୋଧନ କରି ଫୌଜଦାରୀ ଦଣ୍ଡକୁ ଦେୱାନୀ ଦଣ୍ଡରେ ପ୍ରତିସ୍ଥାପନ, ଜରିମାନା ହ୍ରାସ, ଅଣ-ଗୁରୁତର ମାମଲାରେ କାରାଦଣ୍ଡ ବିଲୋପ ଓ ଅନୁସନ୍ଧାନ ଓ ଆପିଲ ପ୍ରକ୍ରିୟାକୁ ସରଳ କରିବ।
ଏହା ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଜନ ବିଶ୍ଵାସ (ସଂଶୋଧନ) ଆଇନ ୨୦୨୩ ସହ ସମନ୍ୱୟ ରକ୍ଷା କରି ବିଚାର ଖର୍ଚ୍ଚ ଓ ମାମଲା ହ୍ରାସ, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ନିୟାମକ ସ୍ପଷ୍ଟତା ଓ ବିଶ୍ୱାସ ବୃଦ୍ଧି କରିବ। ଏହା ଓଡ଼ିଶାକୁ “ବିକଶିତ ଓଡ଼ିଶା” ଲକ୍ଷ୍ୟରେ ଅଗ୍ରସର କରି ନିବେଶକ ବିଶ୍ୱାସ, ସୁଶାସନ ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।




