ଓଡ଼ିଶାର ତିନିଟି ଜିଲ୍ଲାରେ ମିଳିଲା ସୁନାଖଣିର ସନ୍ଧାନ : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ହେବ ଏବେ ସୁନାର ଓଡିଶା I ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଛି ସୁନା ଖଣି। ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ଖଣି ଓ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ହେବ ଏବେ ସୁନାର ଓଡିଶା I ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଛି ସୁନା ଖଣି। ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଥିବା ଜଣାପଡ଼ିଛି। ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ରହିଛି।

ଦେବଗଡ଼ର ଅଡ଼ାଶ ଅଞ୍ଚଳରେ ସୁନା ଓ ତମ୍ବା ପଥର ସହିତ କପର, ରୁପା ଓ ନିକେଲ ଥିବାର ମଧ୍ୟ ଜଣାପଡ଼ିଛି । ସେହିପରି କେନ୍ଦୁଝରର ଗୋପୁର, ଗାଜିପୁର ଓ କୁଶକଳା ଅଞ୍ଚଳରେ ମଧ୍ୟ ସୁନା ପଥର ରହିଛି। ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡ଼େଳକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୁସୁରା ପାହାଡ଼) ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନା ପଥରର ସନ୍ଧାନ ମିଳିଥିବା ମନ୍ତ୍ରୀ କହିଛନ୍ତି।

Tags: