ସାଧାରଣ ତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ
ଭୁବନେଶ୍ୱର: ଆଉ ଦିନ ୪ ଟା ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ । ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ସୂଚନା ପ୍ରକାଶ ପାଇଛି । କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ହରିବାବୁ କମ୍ଭମପତି ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା […]
ଭୁବନେଶ୍ୱର: ଆଉ ଦିନ ୪ ଟା ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ । ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ସୂଚନା ପ୍ରକାଶ ପାଇଛି । କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ହରିବାବୁ କମ୍ଭମପତି ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପୁରୀ , ସୁରେଶ ପୂଝାରୀ ସୁନ୍ଦରଗଡ, ରବିନାରାୟଣ ନାୟକ ସୁବର୍ଣ୍ଣପୁର, ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, କୃଷ୍ଣ ଚନ୍ଦ୍ର ପାତ୍ର ଜଗତସିଂପୁର, ପୃଥୀରାଜ ହରିଚନ୍ଦନ ଯାଜପୁର, ମୁକେଶ ମହାଲିଙ୍ଗ ରାୟଗଡା, ବିଭୁତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ବର, ଗଣେଶ ରାମ ସିଂ ଖୁଣ୍ଟିଆ କେନ୍ଦୁଝର, ସୂର୍ଯ୍ୟବଂଶୀ ସୂରଜ ନୂଆପଡା, ପ୍ରଦୀପ ବଳସାମନ୍ତ ଢେଙ୍କାନାଳ, ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି, ସମ୍ପଦ ଚନ୍ଦ୍ର ସ୍ବାଇଁ ନୟାଗଡରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ଆରଡିସିମାନେ କେନ୍ଦ୍ରାପଡା, ବ୍ରହ୍ମପୁର ଏବଂ ରାଉରକେଲାରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ବାକି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳମାନେ ଏହି ଦାୟିତ୍ୱ ସମ୍ପାଦନ କରିବେ ।




