ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ
କେନ୍ଦ୍ରାପଡା : ଏକ ଘରୋଇ ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ । ଋଣ ଆଦାୟ କରିବାକୁ ଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି I ରାସ୍ତାରୁ ତାଙ୍କର ବାଇକ ଓ ଚପଲ ପଡିଥିବାର ଦେଖିବାକୁ ମିଳିଛି I ଘଟଣାଟି ମହାକାଳପଡ଼ା ବ୍ଲକ୍ ତନ୍ତିଆ ପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି I ଘଟନାନୁସାରେ,କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ମୁଖ୍ଯ ରାସ୍ତାରୁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ […]
କେନ୍ଦ୍ରାପଡା : ଏକ ଘରୋଇ ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ । ଋଣ ଆଦାୟ କରିବାକୁ ଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି I ରାସ୍ତାରୁ ତାଙ୍କର ବାଇକ ଓ ଚପଲ ପଡିଥିବାର ଦେଖିବାକୁ ମିଳିଛି I ଘଟଣାଟି ମହାକାଳପଡ଼ା ବ୍ଲକ୍ ତନ୍ତିଆ ପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି I
ଘଟନାନୁସାରେ,କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ମୁଖ୍ଯ ରାସ୍ତାରୁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ସ୍ବାଗତ ସାମଲ ଓ ଘର ମହାକାଳପଡା ଥାନା ରାଜଗଡ ଗାଁରେ। ଗତକାଲି ସେ ଋଣ ଆଦାୟ କରି ସନ୍ଧ୍ୟା ସମୟରେ ଘରକୁ ଫେରିବା ବାଟରେ ସେ ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜାଖୋଜି ପରେ ବି କିଛି ସନ୍ଧାନ ପାଇ ନାହାନ୍ତି ପରିବାର କି କମ୍ପାନୀ କର୍ତ୍ତୃପକ୍ଷ । ଏନେଇ ପରିବାର ଲୋକେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ବାବର-ବିଡିହି ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ସ୍ବାଗତଙ୍କ ବାଇକ, ବ୍ୟାଗ୍, ଚପଲ ଓ ଟ୍ୟାବ୍ ପଡିଛି । ସେତେବେଳେ ତାଙ୍କ ପାଖରେ ପ୍ରାୟ ୨ ଲକ୍ଷ ୬୫ ହଜାର ନଗଦ କ୍ୟାସ୍ ଥିଲା ବୋଲି ସୂଚନା ମିଳିଛି । ବ୍ୟାଗରେ ଟଙ୍କା ନଥିବା ବେଳେ ସ୍ବାଗତଙ୍କର କୌଣସି ଖୋଜଖବର ମିଳୁନି । ନିଖୋଜ ନେଇ ଫାଇନାନ୍ସ କମ୍ପାନୀ କର୍ତ୍ତପକ୍ଷ ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ କରୁଛି ପୋଲିସ ।




