ଆସନ୍ତା କାଲି ଅଁଳା ନବମୀ,ପବିତ୍ର ରାଧାପାଦ ଦର୍ଶନ ପାଇଁ ଚୂଡାନ୍ତ ପ୍ରସ୍ତୁତି

ସାକ୍ଷୀଗୋପାଳ :ଅଁଳା ନବମୀ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଆସନ୍ତାକାଲି ଅଁଳା ନବମୀ ପଡୁଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ହେବ। ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବ I ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କୁ ନେଇ ଦ୍ବିତୀୟ ସମନ୍ବୟ ବୈଠକ କରାଯାଇଛି । ରାଧାପାଦ […]

Samaya Live Picture
Published On

ସାକ୍ଷୀଗୋପାଳ :ଅଁଳା ନବମୀ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଆସନ୍ତାକାଲି ଅଁଳା ନବମୀ ପଡୁଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ହେବ। ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବ I ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କୁ ନେଇ ଦ୍ବିତୀୟ ସମନ୍ବୟ ବୈଠକ କରାଯାଇଛି ।
ରାଧାପାଦ ଦର୍ଶନ ପାଇଁ ମନ୍ଦିର ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ୩ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛିା ଲମ୍ବା ଲାଇନରେ ଶ୍ରଦ୍ଧାଳୁ ଆସି ସାମିଆନା ତଳେ ଧାଡିରେ ଠିଆ ହୋଇ ଦର୍ଶନ କରିବୋ ପ୍ରଶାସନ ପକ୍ଷରୁ ମନ୍ଦିର ଆଲୋକୀକରଣ, ସଫେଇ ଓ ରଙ୍ଗକାର୍ଯ୍ୟ କରାଯାଇଛି । ବ୍ୟାରିକେଡ ଠାରୁ ଆରମ୍ଭ କରି ମୋବାଇଲ ଷ୍ଟାଣ୍ଡ, ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳାଁ ନବମୀ ଦିନ ଭୋର ସମୟରୁ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କର ଓଡିଆଣୀ ବେଶ ହେବ।

ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ରାଧାପାଦ ଦର୍ଶନ କରିପାରିବେ। ମାତ୍ର ରାଧା ପାଦ ସ୍ପର୍ଶ କରିପାରିବେ ନାହିଁ। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Tags: