ନଭେମ୍ବର ୩ ରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ପ୍ରକଶ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ । ନଭେମ୍ବର ୩ ରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ଫିଲପ ଆରମ୍ଭ ହେବ । ସେହିପରି ଫର୍ମ ଫିଲପର ଶେଷ ତାରିଖ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିଛି । ବିଦ୍ୟାର୍ଥୀମାନେ ନଭେମ୍ୱର ୩ରୁ ୧୮ ତାରିଖ ରାତି […]
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ପ୍ରକଶ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ । ନଭେମ୍ବର ୩ ରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ଫିଲପ ଆରମ୍ଭ ହେବ । ସେହିପରି ଫର୍ମ ଫିଲପର ଶେଷ ତାରିଖ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିଛି ।
ବିଦ୍ୟାର୍ଥୀମାନେ ନଭେମ୍ୱର ୩ରୁ ୧୮ ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍ଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍ (www.bseodisha.ac.in)ରେ ଉପଲବ୍ଧ ହେବ ।
ଅନ୍ୟପଟେ କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫ୍ଲାଇନ୍ରେ ଫର୍ମପୂରଣ କରିବେ। ଏ ସଂକ୍ରାନ୍ତରେ ଶୁକ୍ରବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।




