ବର୍ଷାରେ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର:ବର୍ଷାରେ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ନିଶ୍ଚୟ ମିଳିବ କ୍ଷତିପୂରଣ। କୌଣସି ଚାଷୀ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଏଫଏକ୍ୟୁ ମାନରେ କୋହଳ ରାଜ୍ୟ ସରକାର କରିପାରିବେ ନାହିଁ। ମାନରେ କୋହଳ ହେଲେ ଏଫସିଆଇ ଆମ ଠାରୁ ଧାନ ନେବ ନାହିଁ। ତେବେ ଏଫଏକ୍ୟୁ ମାନର ଧାନ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ। ଟୋକାନ ଅବଧି ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଅଛି। […]
ଭୁବନେଶ୍ୱର:ବର୍ଷାରେ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ନିଶ୍ଚୟ ମିଳିବ କ୍ଷତିପୂରଣ। କୌଣସି ଚାଷୀ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଏଫଏକ୍ୟୁ ମାନରେ କୋହଳ ରାଜ୍ୟ ସରକାର କରିପାରିବେ ନାହିଁ। ମାନରେ କୋହଳ ହେଲେ ଏଫସିଆଇ ଆମ ଠାରୁ ଧାନ ନେବ ନାହିଁ।
ତେବେ ଏଫଏକ୍ୟୁ ମାନର ଧାନ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ। ଟୋକାନ ଅବଧି ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଅଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଥିବାରୁ କିଛି ବ୍ୟସ୍ତ ହେବା ଦରକାର ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।




