ସାର ସଙ୍କଟ ,ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଉତ୍କଟ ହେଉଛି ସାର ସଙ୍କଟ । ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଲୋକସେବା ଭବନରେ ବୈଠକ ଡ଼କାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାର ସଙ୍କଟର ବାହାରିବ ନିଷ୍କର୍ଷ । ମନ୍ତ୍ରୀମାନଙ୍କ ସହ ହେବ ବିଚାର ବିମର୍ଶ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । […]
ଭୁବନେଶ୍ୱର : ରାଜ୍ୟରେ ଉତ୍କଟ ହେଉଛି ସାର ସଙ୍କଟ । ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଲୋକସେବା ଭବନରେ ବୈଠକ ଡ଼କାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାର ସଙ୍କଟର ବାହାରିବ ନିଷ୍କର୍ଷ । ମନ୍ତ୍ରୀମାନଙ୍କ ସହ ହେବ ବିଚାର ବିମର୍ଶ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ । ଭିସିରେ ବୈଠକରେ ସାମିଲ ହେବେ ଜିଲ୍ଲାପାଳ।
ଗତ କିଛିଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସ୍ରେ ସାର କଳାବଜାରୀ ମଧ୍ୟ ଅଭିଯୋଗ ଆସିଛି । ରାତିରୁ ଲମ୍ବା ଲାଇନରେ ବସି ରହୁଛନ୍ତି ଚାଷୀ । ତଥାପି ପରିମାଣ ଅନୁଯାୟୀ ମିଳିପାରୁନାହିଁ ସାର । ଲଗାଣ ବର୍ଷା ସାଙ୍ଗକୁ ଏବେ ଦାଉ ସାଧୁଛି ସାର । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା । କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ସାର ସଙ୍କଟର ସମୀକ୍ଷା କରିବେ।




