ଟ୍ରକ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ
କଟକ : ଡ୍ୟୁଟି ସାରି ସାଇକେଲରେ ଯାଉଥିବାବେଳେ ଟ୍ରକ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ । ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା । ସେ ମାଲଗୋଦାମ ଥାନାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଡ୍ୟୁଟି ସାରି ସାଇକେଲ ଯୋଗେ ସେ ଛତ୍ରବଜାରକୁ ପରିବା ପାଇଁ ଯାଉଥିଲେ। ଏତିକିବେଳେ ଛତ୍ରବଜାର ଅର୍ବାନ୍ ହାଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ […]
କଟକ : ଡ୍ୟୁଟି ସାରି ସାଇକେଲରେ ଯାଉଥିବାବେଳେ ଟ୍ରକ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ । ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା । ସେ ମାଲଗୋଦାମ ଥାନାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଡ୍ୟୁଟି ସାରି ସାଇକେଲ ଯୋଗେ ସେ ଛତ୍ରବଜାରକୁ ପରିବା ପାଇଁ ଯାଉଥିଲେ। ଏତିକିବେଳେ ଛତ୍ରବଜାର ଅର୍ବାନ୍ ହାଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ଧକ୍କା ଦେଇଥିବା ଟ୍ରକ୍କୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।




