ବିଷ ପି’ ମହିଳା ହୋମଗାର୍ଡଙ୍କ ମୃତ୍ୟୁ
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଥାନା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା । କାର୍ଯ୍ୟରତ ଅବସ୍ଥାରେ ବିଷ ପି’ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ସୁଜାତା କର । ତାଙ୍କ ବୟସ ୨୯ ବର୍ଷ । ତାଙ୍କର ଦୁଇଟି ପିଲା ଅଛନ୍ତି । ୩ ମାସ ତଳେ ସେ ଚାକିରିରେ ଯୋଗ ଦେଇଥିଲେ। ୭ ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ସେହି ଦିନଠାରୁ ସେ ମାନସିକ ଅବସାଦରେ ରହୁଥିଲେ । […]
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଥାନା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା । କାର୍ଯ୍ୟରତ ଅବସ୍ଥାରେ ବିଷ ପି’ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ସୁଜାତା କର । ତାଙ୍କ ବୟସ ୨୯ ବର୍ଷ । ତାଙ୍କର ଦୁଇଟି ପିଲା ଅଛନ୍ତି । ୩ ମାସ ତଳେ ସେ ଚାକିରିରେ ଯୋଗ ଦେଇଥିଲେ। ୭ ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ସେହି ଦିନଠାରୁ ସେ ମାନସିକ ଅବସାଦରେ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ଲୋକେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଣିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ।


