ବୋଲବମ ଭକ୍ତଙ୍କ ଗାଡି ଧକ୍କାରେ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ
କୋରାପୁଟ : ବୋଲବମ ଭକ୍ତଙ୍କ ବୋଲେରୋ ଗାଡି ଧକ୍କାରେ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ, ମା’ ଗୁରୁତର । କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ କନ୍ୟାଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ବାଇକ୍ର ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ରାସ୍ତା ମଝିରେ ବାଇକଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ […]
କୋରାପୁଟ : ବୋଲବମ ଭକ୍ତଙ୍କ ବୋଲେରୋ ଗାଡି ଧକ୍କାରେ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ, ମା’ ଗୁରୁତର । କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ କନ୍ୟାଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ବାଇକ୍ର ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ରାସ୍ତା ମଝିରେ ବାଇକଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ,ବୋଲବମ ଭକ୍ତଙ୍କ ବୋଲେରୋ ଟି କାକରିଗୁମା ରୁ ବୋଲବମ ଭକ୍ତ ଙ୍କୁ ଧରି ଗୁପ୍ତେଶ୍ୱର ଯାଉଥିଲା ଏବଂ ବାଇକ ଆରୋହୀ ଜଣକ କୋରାପୁଟ ଋ ପୋଡାଗଡ ଅଭିମୁଖେ ଯାଉଥିବା ସମୟରେ କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ କନ୍ୟାଶ୍ରମ ନିକଟରେ ଦୁର୍ଘଟଣା ଘଟିଥିଲା ।




