ବାପା ପୁଲିସ କର୍ମଚାରୀ, ପୁଅ ନିଶା ବେପାରୀ
କଟକ: ଆଇନ ରକ୍ଷକଙ୍କ ଘରେ ବେଆଇନ କାର୍ଯ୍ୟ । ବାପା ପୁଲିସ କର୍ମଚାରୀ ହୋଇଥିବାବେଳେ ପୁଅ ନିଶା ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ ରେ କାର୍ଯ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ତୁଳସୀପୁର ପୁଲିସ କଲୋନିରେ ରହୁଥିବା ୧୯ ବର୍ଷୀୟ ଚନ୍ଦନ ବେହେରାଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ । ତାଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ୍ […]
କଟକ: ଆଇନ ରକ୍ଷକଙ୍କ ଘରେ ବେଆଇନ କାର୍ଯ୍ୟ । ବାପା ପୁଲିସ କର୍ମଚାରୀ ହୋଇଥିବାବେଳେ ପୁଅ ନିଶା ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ ରେ କାର୍ଯ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ତୁଳସୀପୁର ପୁଲିସ କଲୋନିରେ ରହୁଥିବା ୧୯ ବର୍ଷୀୟ ଚନ୍ଦନ ବେହେରାଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ । ତାଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ୍ ହୋଇଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।
ସୂଚନାନୁସାରେ,ଗତକାଲି କଟକ ଦେଉଳି ସାହି ଛକ ନିକଟରେ ବ୍ରାଉନସୁଗାର ବିକିବାକୁ ଆସୁଥିବା ଖବର ପାଇ ଅବକାରୀ ମୋବାଇଲ ୟୁନିଟ ଚଢାଉ ଚନ୍ଦନଙ୍କୁ ଗିରଫ କରିଥିଲା । କଟକ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ଚନ୍ଦନ ସମେତ ଦେଉଳସାହିର ସୁକୁ ଓରଫ ବିଶ୍ୱରଞ୍ଜନ ସ୍ୱାଇଁକୁ ଗିରଫ କରିଛି। ଏମାନଙ୍କ ନିକଟରୁ ୨୪୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। କେବଳ ଚନ୍ଦନଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ୍ ହୋଇଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଜବତ ହୋଇଥିବା ମୋଟ୍ ବ୍ରାଉନସୁଗାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ଅବକାରୀ ଥାନା ପୋଲିସ ଚନ୍ଦନକୁ ଜେରା କରିବା ସହ ପୁଲିସ ବିଭାଗର ୱର୍ଲେସ ୟୁନିଟରେ କାମ କରୁଥିବା ବାପା ତଥା ଏସ ଆଇଙ୍କୁ ମଧ୍ୟ ବ୍ରାଉନସୁଗାର୍ କାରବାର ଲିଙ୍କ୍ ରେ ପଚରା ଉଚରା କରିଛି । ଯଦିଓ ପୁଅ ଚନ୍ଦନର ଏପରି କାରବାର ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ତେବେ ବ୍ରାଉନ ସୁଗାର କାରବାର ପୁଲିସ ପୁଅ ଧରାପଡ଼ିବା ପରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।




