ଟ୍ରକ ଧକ୍କାରେ ବାପା ମୃତ, ପୁଅ ଗୁରୁତର
ଭଦ୍ରକ: ଭଦ୍ରକ ଆରଡି ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଯାଜପୁର ଜିଲ୍ଲା ଅହିଆସ ଅଂଚଳର ଧନେଶ୍ୱର ବେହେରା। ପୁଅ ଚନ୍ଦ୍ରଶେଖର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ସୂଚନା ଅନୁଯାୟୀ, ବାପ ପୁଅ ବାଇକରେ ଭଦ୍ରକ ଚରମ୍ପାରୁ ଡ୍ରିଲିଙ୍ଗ ମେସିନ କିଣି […]
ଭଦ୍ରକ: ଭଦ୍ରକ ଆରଡି ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଯାଜପୁର ଜିଲ୍ଲା ଅହିଆସ ଅଂଚଳର ଧନେଶ୍ୱର ବେହେରା। ପୁଅ ଚନ୍ଦ୍ରଶେଖର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।
ସୂଚନା ଅନୁଯାୟୀ, ବାପ ପୁଅ ବାଇକରେ ଭଦ୍ରକ ଚରମ୍ପାରୁ ଡ୍ରିଲିଙ୍ଗ ମେସିନ କିଣି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ରଙ୍ଗ ରୁଟରେ ଆସି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ଥିଲେ। ଫଳରେ ପଛରେ ବସିଥିବା ଧନେଶ୍ବର ରାସ୍ତା ଉପରେ ପଡି ଯାଇଥିଲେ। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି। ଭଦ୍ରକ ଟାଉନ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।




