ପରୀକ୍ଷା ଦେବାକୁ ଗଲାବେଳେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ,ପୁଅ ଗୁରୁତର
ବଲାଙ୍ଗୀର : ପରୀକ୍ଷା ଦେବାକୁ ଗଲାବେଳେ ଘଟିଲା ଅଘଟଣ । ପରୀକ୍ଷା ହଲ ପହଞ୍ଚିବା ଆଗରୁ ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ । ପୁଅକୁ ବାଇକରେ ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ରାସ୍ତାରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଅଞ୍ଚଳରେ । ସୂଚନାନୁସାରେ,ଆଜି ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ପ୍ରହ୍ଲାଦ ସାଙ୍କ ପୁଅ ସମୀର ସାଙ୍କର […]
ବଲାଙ୍ଗୀର : ପରୀକ୍ଷା ଦେବାକୁ ଗଲାବେଳେ ଘଟିଲା ଅଘଟଣ । ପରୀକ୍ଷା ହଲ ପହଞ୍ଚିବା ଆଗରୁ ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ । ପୁଅକୁ ବାଇକରେ ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ରାସ୍ତାରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଅଞ୍ଚଳରେ ।
ସୂଚନାନୁସାରେ,ଆଜି ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ପ୍ରହ୍ଲାଦ ସାଙ୍କ ପୁଅ ସମୀର ସାଙ୍କର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଥିଲା I ସକାଳେ ବାପା ପ୍ରହ୍ଲାଦଙ୍କ ସହିତ ବାଇକରେ ସମୀର ପରୀକ୍ଷା ଦେବା ପାଇଁ କରଙ୍ଗାମାଲ କଲେଜକୁ ଯାଉଥିଲେ। ଏହି ସମୟରେ ବଙ୍ଗୋମୁଣ୍ଡ ନୁଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ବାପ ପୁଅ ଦୁହେଁ ପୋଲ ତଳକୁ ଖସିପଡିଥିଲେ। ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ସମୀର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ଡାକ୍ତର ସେଠାରେ ବାପାଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅଙ୍କର ଚିକିତ୍ସା ଜାରି ରହିଛି । ବଙ୍ଗୋମୁଣ୍ଡା ପୋଲିସ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।




