ଦୁର୍ଘଟଣାରେ ବାପ,ପୁଅଙ୍କ ମୃତ୍ୟୁ
ଯାଜପୁର : ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତା’କିଏ କହିବ I ଟିପ୍ପର ଧକ୍କାରେ ଏକ ସାଙ୍ଗରେ ଚାଲିଗଲେ ବାପ-ପୁଅ I ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ଯାଜପୁର ବରୁହଁ ଛକ ଧବଳେଶ୍ୱର ମନ୍ଦିର ନିକଟରେ ଘଟିଛି । ମୃତକଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା। ସୂଚନା ଅନୁସାରେ, ଗତକାଲି ଜଣେ ସମ୍ପର୍କୀୟଙ୍କ ଗାଡ଼ିରେ ଯାଇ ଆଜି ନିଜ ବାଇକରେ […]
ଯାଜପୁର : ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତା’କିଏ କହିବ I ଟିପ୍ପର ଧକ୍କାରେ ଏକ ସାଙ୍ଗରେ ଚାଲିଗଲେ ବାପ-ପୁଅ I ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ଯାଜପୁର ବରୁହଁ ଛକ ଧବଳେଶ୍ୱର ମନ୍ଦିର ନିକଟରେ ଘଟିଛି । ମୃତକଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା।
ସୂଚନା ଅନୁସାରେ, ଗତକାଲି ଜଣେ ସମ୍ପର୍କୀୟଙ୍କ ଗାଡ଼ିରେ ଯାଇ ଆଜି ନିଜ ବାଇକରେ ଘରକୁ ଫେରୁଥିଲେ ସଇନ୍ଦା ଓ ମୁନା I ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




