ରାତିରେ ଶୋଇଥିବା ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କାଞ୍ଜିଆପାଲ୍ଲୀ ଗାଁରେ ଅଘଟଣ I ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ । ମୃତକ ଜଣକ ଶିବରାମ ନାୟକ ଏବଂ ତାଙ୍କର ୫ ବର୍ଷର ଝିଅ ଶ୍ରାବଣୀ ନାୟକ । ଶିବରାମ ଶ୍ୱଶୁର ଘର କାଞ୍ଜିଆପଲ୍ଲୀ ଗାଁକୁ ଆସିଥିଲେ । ରାତିରେ ଶୋଇଥିବା ବେଳେ ଭୋର ସମୟରେ କୌଣସି କୀଟ,ଉଭୟ ବାପା ଓ ଝିଅକୁ କାମୁଡିଥିଲା I ଶୁକ୍ରବାର ରାତିରେ ବାପା ଓ ଝିଅ ଖାଇ ପି’ଘରେ ଶୋଇଥିବାବେଳେ […]

Samaya Live Picture
Published On

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କାଞ୍ଜିଆପାଲ୍ଲୀ ଗାଁରେ ଅଘଟଣ I ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ । ମୃତକ ଜଣକ ଶିବରାମ ନାୟକ ଏବଂ ତାଙ୍କର ୫ ବର୍ଷର ଝିଅ ଶ୍ରାବଣୀ ନାୟକ । ଶିବରାମ ଶ୍ୱଶୁର ଘର କାଞ୍ଜିଆପଲ୍ଲୀ ଗାଁକୁ ଆସିଥିଲେ । ରାତିରେ ଶୋଇଥିବା ବେଳେ ଭୋର ସମୟରେ କୌଣସି କୀଟ,ଉଭୟ ବାପା ଓ ଝିଅକୁ କାମୁଡିଥିଲା I

ଶୁକ୍ରବାର ରାତିରେ ବାପା ଓ ଝିଅ ଖାଇ ପି’ଘରେ ଶୋଇଥିବାବେଳେ ରାତିରେ କୌଣସି ବିଷାକ୍ତ କୀଟ ତାଙ୍କୁ କାମୁଡି ଦେଇଥିଲା Iପରିବାର ଲୋକେ ସେମାନଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ପ୍ରଥମେ ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅ ର ଶବ ଶତ୍କାର କରି ଫେରିବା ପରେ , ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଶିବରାମ ଙ୍କ ମୃତ୍ୟୁ ହୋଇଥିଲା । ବୁଗୁଡ଼ା ପୋଲିସ ପହଂଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ କରୁଛି I

Tags: