ପଶ୍ଚିମବଙ୍ଗରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା,୫ ମୃତ ୨୫ ଆହତ
କୋଲକାତା : ସୋମବାର ସକାଳେ ପଶ୍ଚିମବଙ୍ଗରେ ଘଟିଛି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା I କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍ବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର କିଛି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ନିଉ ଜଲପାଇଗୁଡ଼ି ଷ୍ଟେସନ ରଙ୍ଗପାଣି ଠାରେ ଏହି ଦୁର୍ଘହାତାନ ଘଟିଛି I ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସ […]
କୋଲକାତା : ସୋମବାର ସକାଳେ ପଶ୍ଚିମବଙ୍ଗରେ ଘଟିଛି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା I କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍ବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର କିଛି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ନିଉ ଜଲପାଇଗୁଡ଼ି ଷ୍ଟେସନ ରଙ୍ଗପାଣି ଠାରେ ଏହି ଦୁର୍ଘହାତାନ ଘଟିଛି I
ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଟ୍ରେନ୍ ଟ୍ରାକ୍ରେ ଠିଆ ହୋଇଥିବା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି।
Unfortunate accident in NFR zone. Rescue operations going on at war footing. Railways, NDRF and SDRF are working in close coordination. Injured are being shifted to the hospital. Senior officials have reached site.
— Ashwini Vaishnaw (@AshwiniVaishnaw) June 17, 2024
ଘଟଣାସ୍ଥଳରେ NDRF ,SDRF ଏବଂ ରେଳ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି I ଅଗ୍ନିଶମ ବିଭାଗର ୧୫ଟି ଆମ୍ବୁଲାନ୍ସ ପହଞ୍ଚିଛି। ଦୁର୍ଘଟଣା ପରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସବିଶେଷ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ I ରେଳ ମନ୍ତ୍ରଣାଳୟ ଦୁର୍ଘଟଣା ଉପରେ ନିରନ୍ତର ନଜର ରଖିଛି।
ମମତା ବାନାର୍ଜୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ହେତୁ ଅଗରତାଲା-କୋଲକାତା ରେଳ ମାର୍ଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ବିଭାଗକୁ ସତର୍କ ରହିବା ପାଇଁ ନିଦେଶ ଦେଇଛନ୍ତି I
Shocked to learn, just now, about a tragic train accident, in Phansidewa area of Darjeeling district. While details are awaited, Kanchenjunga Express has reportedly been hit by a goods train. DM, SP, doctors, ambulances and disaster teams have been rushed to the site for rescue,…
— Mamata Banerjee (@MamataOfficial) June 17, 2024




