ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ,ମହିଳା ମୃତ

ଭୁବନେଶ୍ୱର : ମାଣବସା ଗୁରୁବାରରରେ ଚାଲିଗଲା ମହିଳାଙ୍କ ଜୀବନ । ମଣିଷଖିଆ ଛକ ପାଲଟିଛି ପଳାଶୁଣୀ । ରାସ୍ତା ପାର ହେଉଥିବାବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଉତ୍ତେଜନା ଦେଖାଦେଇଛି । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଜଣେ ମହିଳା ପରିବା କିଣି ରାସ୍ତା ପାର ହେଇ ଯାଉଥିବାବେଳେ ତାଙ୍କୁ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା । […]

Samaya Live Picture
Published On

ଭୁବନେଶ୍ୱର : ମାଣବସା ଗୁରୁବାରରରେ ଚାଲିଗଲା ମହିଳାଙ୍କ ଜୀବନ । ମଣିଷଖିଆ ଛକ ପାଲଟିଛି ପଳାଶୁଣୀ । ରାସ୍ତା ପାର ହେଉଥିବାବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଉତ୍ତେଜନା ଦେଖାଦେଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଜଣେ ମହିଳା ପରିବା କିଣି ରାସ୍ତା ପାର ହେଇ ଯାଉଥିବାବେଳେ ତାଙ୍କୁ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା । ଏହିସମୟରେ ମହିଳା ଜଣକ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଉପରେ ଏକ ଟ୍ରକ ଚଢ଼ିଯାଇ ପଳାଇଥିଲା । ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ସେପଟେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପଳାଶୁଣୀ ଛକରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ଛୋଟ ବଡ଼ ଦୁର୍ଘଟଣାରେ ନଷ୍ଟ ହେଉଛି ଅନେକ ଧନଜୀବନ । ଏହାକୁ ନେଇ ତାତିଛନ୍ତି ଲୋକେ । ବାରମ୍ବାର ଦାବି ପରେ ବି ପଳାଶୁଣି ଛକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେଉନାହିଁ । ଯେଉଁଥି ଲାଗି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଉତ୍ତେଜନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Tags: