ପହିଲି ରଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ପରିବାରର ୫ ମୃତ
ବଲାଙ୍ଗୀର : ଆଜି ହେଉଛି ପହିଲି ରଜ I ଆଜି ସକାଳୁ ସକାଳୁ ଶୁଣିବାକୁ ମିଳିଛି ଏକ ଦୁଖଦଃ ଖବର I ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ କର ଦୁର୍ଘଟଣା I ଏଥିରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣI ପଡିଛି I ଅନ୍ୟ ଦୁଇ ଜଣଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା […]
ବଲାଙ୍ଗୀର : ଆଜି ହେଉଛି ପହିଲି ରଜ I ଆଜି ସକାଳୁ ସକାଳୁ ଶୁଣିବାକୁ ମିଳିଛି ଏକ ଦୁଖଦଃ ଖବର I ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ କର ଦୁର୍ଘଟଣା I ଏଥିରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣI ପଡିଛି I ଅନ୍ୟ ଦୁଇ ଜଣଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ରେ ଭର୍ତି କରାଯାଇଛି I ମୃତକ ମାନଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି I ମୃତକମାନଙ୍କ ଘର ବଲାଙ୍ଗିର ସହର ରାମଜିପଡାର ବୋଲି ସୂଚନା ମିଳିଛି।
ସୂଚନାନୁସାରେ,ବଲାଙ୍ଗିର ସହର ରାମଜୀପଡ଼ାର ଜଣାଶୁଣା ଆୟୁର୍ବେଦିକ ଡାକ୍ତର ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ ପରିବାର ଓ ସଂପର୍କୀୟଙ୍କ ସହ ଆଗଲପୁର ଡୁଡୁକାରେ ଆୟୋଜିତ ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ଭୋଜି ଖାଇ ଫେରୁଥିବାବେଳେ, ଠାରୁ ପ୍ରାୟ ୩ କି.ମି.ଦୂର ଏନ୍ଏଚ୍-୨୬ର ଛୁଇଁବନ୍ଧ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ହାଇୱା ଟ୍ରକ ସହିତ ପିଟି ହୋଇ ଯାଇଥିଲା I ତେବେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଅନ୍ଧାରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ (ଏପି-୧୬ଟିଇ-୭୧୧୮)କୁ ଦେଖି ନପାରି ଜୋର୍ରେ ଧକ୍କା ଦେଇଥିଲା। ଏଥିରେ ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ବଲାଙ୍ଗୀର ସଦର ପୁଲିସ୍ ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ୨ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ସବିଶେଷ ବିବରଣୀରୁ ଜଣାପଡିଛି କାର୍ରେ ୭ଜଣ ଥିଲେ । ସମସ୍ତେ ଗୋଟିଏ ପରିବାର ଓ ସମ୍ପର୍କୀୟ Iଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।




