କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ ୮ ଗୁରୁତର

ଜୟପୁର : ସୋମବାର ସକାଳେ କୋରାପୁଟ ଜିଲ୍ଲା ଜୟପୁର ସହତ ନିକଟ ବ୍ରାହ୍ମଣୀ ଗାଁରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଜୟପୁର ଅଞ୍ଚଳର ଥୁରୁଡିପୁଟ ରାସ୍ତାରେ ଏକ ଟିପର୍ ସହ ଏକ ଯାତ୍ରୀବାହୀ ଅଟୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆଜି ସକାଳେ […]

କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୩  ମୃତ ୮ ଗୁରୁତର
Samaya Live Picture
Published On

ଜୟପୁର : ସୋମବାର ସକାଳେ କୋରାପୁଟ ଜିଲ୍ଲା ଜୟପୁର ସହତ ନିକଟ ବ୍ରାହ୍ମଣୀ ଗାଁରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଜୟପୁର ଅଞ୍ଚଳର ଥୁରୁଡିପୁଟ ରାସ୍ତାରେ ଏକ ଟିପର୍ ସହ ଏକ ଯାତ୍ରୀବାହୀ ଅଟୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଆଜି ସକାଳେ ଜୟପୁର ଥୁରୁଡିପୁଟ ରାସ୍ତାରେ ଏକ ଟିପର୍ ଟ୍ରକ୍ ଏକ ଯାତ୍ରୀବାହୀ ଅଟୋରିକ୍ସାକୁ ଧକ୍କା ଦେଇଥିଲା, ଫଳରେ ଅଟୋରେ ଯାତ୍ରା କରୁଥିବା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ । ଦୁର୍ଘଟଣାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ସେଥିପାଇଁ ଆଗକୁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସୂଚନାପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Tags: