ମର୍ମନ୍ତୁଦ ସଡକ ଦୁର୍ଘଟଣା,ବାପ-ଝିଅ ମୃତ ୩ ଗୁରୁତର
ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା Iଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ କାର ଚାଳକ ବାପା ଓ ଝିଅ ଙ୍କ ମୃତ୍ୟୁ ଘଟିଥିବାବେଳେ,ଚାଳକଙ୍କ ପତ୍ନୀ, ଶାଶୁ ଓ ଶ୍ୱଶୁର ଗୁରୁତର ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ବୋଲି ଜଣI ପଡିଛି I ଗତକାଲି ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା […]
ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା Iଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ କାର ଚାଳକ ବାପା ଓ ଝିଅ ଙ୍କ ମୃତ୍ୟୁ ଘଟିଥିବାବେଳେ,ଚାଳକଙ୍କ ପତ୍ନୀ, ଶାଶୁ ଓ ଶ୍ୱଶୁର ଗୁରୁତର ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ବୋଲି ଜଣI ପଡିଛି I
ଗତକାଲି ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରରୁ ୫ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ବାପାଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋଆରୁ ହାୱଡା ଅଭିମୁଖେ କାରରେ ଆସୁଥିଲେ ଏହି ପରିବାର ।
ମୃତକ ଦ୍ୱୟ ହେଉଛନ୍ତି ସୁଭାଶିଷ ଗାଙ୍ଗୁଲି ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି। ସୁଭାଶିଷଙ୍କ ପତ୍ନୀ ଅର୍ପିତା ଗାଙ୍ଗୁଲି, ବାପା ନିମାଇଁ ଗାଙ୍ଗୁଲି ଓ ମା’ ରାକ୍ଷୀ ଗାଙ୍ଗୁଲି ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଓ ଘର ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ଖଡ଼ଗପୁର ମାଲଙ୍କା ଅଂଚଳରେ ବୋଲି ସୂଚନା ମିଳିଛି । ସେମାନେ ଗୋଆରେ ରହୁଥିବାବେଳେ ଗତକାଲି ପୁରୀ ଦର୍ଶନରେ ଯାଇ ନିଜ ଘର ମେଦିନୀପୁର ହାୱଡାକୁ ଫେରୁଥିଲେ ।




