ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ପରିବାର ନିଶ୍ଚିହ୍ନ
ଢେଙ୍କାନାଳ : ଏମିତି ବି ଆସେ ମୃତ୍ୟୁ ! ଚାହୁଁ ଚାହୁଁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର Iହସ ଖୁସିରେ ଯାଉଥିଲେ ବନ୍ଧୁ ଘରକୁ I କିନ୍ତୁ ଅଧାବାଟରେ ଟାଣିନେଲା ଯମ I ପଲସର ଉପରେ ହାଇୱା ମାଡିଯିବାରୁ ଏକ ସାଙ୍ଗରେ ୪ ଜଣଙ୍କର ମୃତ୍ୟୁ ଘଟିଛି I ବାପା,ମା’ପୁଅ,ଝିଅଙ୍କ ସହିତ ପୁରା ପରିବାର ହୋଇଯାଇଛି ନିଶ୍ଚିହ୍ନ I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ନିହାଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ I ମୃତକମାନେ ଖଙ୍କିରା […]
ଢେଙ୍କାନାଳ : ଏମିତି ବି ଆସେ ମୃତ୍ୟୁ ! ଚାହୁଁ ଚାହୁଁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର Iହସ ଖୁସିରେ ଯାଉଥିଲେ ବନ୍ଧୁ ଘରକୁ I କିନ୍ତୁ ଅଧାବାଟରେ ଟାଣିନେଲା ଯମ I ପଲସର ଉପରେ ହାଇୱା ମାଡିଯିବାରୁ ଏକ ସାଙ୍ଗରେ ୪ ଜଣଙ୍କର ମୃତ୍ୟୁ ଘଟିଛି I ବାପା,ମା’ପୁଅ,ଝିଅଙ୍କ ସହିତ ପୁରା ପରିବାର ହୋଇଯାଇଛି ନିଶ୍ଚିହ୍ନ I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ନିହାଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ I ମୃତକମାନେ ଖଙ୍କିରା ଗାଁର। ବାପାମାଆ ଦୁଇ ପିଲାଙ୍କ ସହିତ ବନ୍ଧୁ ଘରକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଛି I ବାପା, ମାଆ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଦୁଇ ପିଲା ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅର ବୟସ ୧୧ ବର୍ଷ ହୋଇଥିବା କୁନି ଝିଅକୁ ୫ ବର୍ଷ ହୋଇଥିଲା I ଦୁର୍ଘଟଣା ଘଟାଇଥିବା ହାଇୱା ଜବତ ହୋଇଥିବା ବେଳେ, ଡ୍ରାଇଭର ଫେରାର ହୋଇଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି I




