ମର୍ମନ୍ତୁଦ ବାଇକ ଦୁର୍ଘଟଣା,୨ ମୃତ ୨ ଆହତ
ବାଲେଶ୍ୱର : ବାଲେଶ୍ବର ଗୁଜୁରି ଛକରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା । ପୋଲ ତଳୁ ୨ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଭୋରରେ ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଛି ପିସିଆର ଭ୍ୟାନ। ରାସ୍ତା କଡ଼ରେ ପଡିଥିବା ୨ ଟି ମୋଟର ସାଇକେଲ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ କାସିମାବାଦର ବାପି ଟୁଡୁ ଓ ବିକାଶ ମୁର୍ମୁ। ଆହତମାନେ ହେଲେ କରଞ୍ଜିଆର ଅନନ୍ତ […]
ବାଲେଶ୍ୱର : ବାଲେଶ୍ବର ଗୁଜୁରି ଛକରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା । ପୋଲ ତଳୁ ୨ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଭୋରରେ ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଛି ପିସିଆର ଭ୍ୟାନ। ରାସ୍ତା କଡ଼ରେ ପଡିଥିବା ୨ ଟି ମୋଟର ସାଇକେଲ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ କାସିମାବାଦର ବାପି ଟୁଡୁ ଓ ବିକାଶ ମୁର୍ମୁ। ଆହତମାନେ ହେଲେ କରଞ୍ଜିଆର ଅନନ୍ତ ମାଝୀ ଓ ବଡ଼ ସିନ୍ଧିଆର ରାମ ମାଝୀ । ନିଶାସକ୍ତ ଅବସ୍ଥାରେ ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଇଥିବା ଅନୁମାନ କରୁଛି ପୋଲିସ । ତେବେ ମୃତକ ମାନଙ୍କ ନିକଟରୁ ଏକ ବ୍ୟାଗରେ କଟୁରୀ ଏବଂ ଛୁରୀ ଆଦି ବିଭିନ୍ନ ମାରଣାସ୍ତ୍ର ମିଳିଛି । ଏହାକୁ ନେଇ ପୋଲିସ ତନାଘନା ଜାରି ରଖିଛି ।




