କୋଣାର୍କ ମେରାଇନ ଡ୍ରାଇଭ ରେ ଭୟଙ୍କର ଦୁର୍ଘଟଣା,ଜଣେ ମୃତ୫ ଗୁରୁତର
ପୁରୀ : ଆଜି ସକାଳୁ ସକାଳୁ ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ଘଟି ଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I କାର-ବାଇକ ଓ ମୋ ବସ ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ୫ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି I ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା I ସୂଚନାନୁସାରେ,ଆଜି ସକାଳେ ଏକ ମୋ ବସ କୋଣାର୍କରୁ ପୁରୀ ଯାଉଥିଲା I ଏହି ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ […]
ପୁରୀ : ଆଜି ସକାଳୁ ସକାଳୁ ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ଘଟି ଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I କାର-ବାଇକ ଓ ମୋ ବସ ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ୫ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି I ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା I
ସୂଚନାନୁସାରେ,ଆଜି ସକାଳେ ଏକ ମୋ ବସ କୋଣାର୍କରୁ ପୁରୀ ଯାଉଥିଲା I ଏହି ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ୭ ଜଣ ଯାତ୍ରୀଙ୍କୁ ନେଇ ଏକ କାର ଯାଉଥିବା ବେଳେ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା I ବିପରୀତ ଦିଗରୁ ଆସୁଥିବା ମୋ ବସ ଟି ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଭାରସାମ୍ୟ ହରାଇ ଏକ ଗଛ ଦେହରେ ଖୁବ ଜୋରରେ ପିଟି ହୋଇ ଯାଇଥିଲା I ଫଳରେ ମୋ ବସ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ବସ ରେ ଥିବା ୧୪ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି I ଅନ୍ୟପଟେ କାର-ବାଇକ ମଧ୍ୟରେ ଏତେ ଜୋର ଧକ୍କା ହୋଇଥିଲା ଯେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯିବା ସହ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି I କାର ଥିବା ଅନ୍ୟ ୫ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ମୃତ କାର ଚାଳକ ହେଉଛନ୍ତି ଖୋର୍ଦ୍ଧା ଭିଙ୍ଗାରପୁରର ମୃଣାଳ ମନ୍ମୟ ଦାଶ I ସେ କଟକ କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ ରହୁଥିଲେବୋଲି ଜଣାପଡ଼ିଛି।
ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଚେତା ନ ଫେରିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୋ ବସ ଡ୍ରାଇଭରଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି I ଘଟଣା ସ୍ଥଳରେ ମେରାଇନ ଡ୍ରାଇଭ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।




