ଆଉ ୨ ଦିନ ପୁଣି ବର୍ଷା ,ଅଦିନ ମେଘକୁ ନେଇ ଚିନ୍ତାରେ ଚାଷୀ
ଭୁବନେଶ୍ୱର : ଚାଲିଛି ବର୍ଷା ଶୀତର ଲୁଚକାଳି ଖେଳ। ଗୋଟିଏ ଦିନର ବିରତି ପରେ ୨୪-୨୫ ଦୁଇ ଦିନ ଧରି ଭୀଷଣ ବର୍ଷା ହେବ I ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପଶ୍ଚିମା ଝଡ ପ୍ରଭାବରେ ୨୫ ତାରିଖରେ ବି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି । କେନ୍ଦ୍ରାପଡା, […]
ଭୁବନେଶ୍ୱର : ଚାଲିଛି ବର୍ଷା ଶୀତର ଲୁଚକାଳି ଖେଳ। ଗୋଟିଏ ଦିନର ବିରତି ପରେ ୨୪-୨୫ ଦୁଇ ଦିନ ଧରି ଭୀଷଣ ବର୍ଷା ହେବ I ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପଶ୍ଚିମା ଝଡ ପ୍ରଭାବରେ ୨୫ ତାରିଖରେ ବି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।
ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡିକୁ ସତର୍କତା ଜାରି କରାଯାଇଛି । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପରେ ଶୀତର ପ୍ରଭାବ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପଟେ ରାଜ୍ୟରେ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଜମିରହିଛି । ପାଚିଲା ଧାନ ନଷ୍ଟ ହେବା ଆଶଙ୍କାରେ ଚିନ୍ତାରେ ଚାଷୀକୁଳ । କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି । ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି କହିଛନ୍ତି ଚାଷୀ । ଏପଟେ ରାଜ୍ୟରେ ବର୍ଷା ଛାଡିବା ପରେ ଶୀତ ଫେରିଛି । ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।




