ଚାଷୀଙ୍କୁ ମିଳିବ ବର୍ଦ୍ଧିତ ଏମଏସପି ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ଏମଏସପି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୬୯ ଟଙ୍କା ଅଧିକ ପାଇବେ ଚାଷୀ । ସେହି ଅନୁସାରେ ଏଣିକି ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ବଦଳରେ ୩୧୬୯ ଟଙ୍କା ଚାଷୀଙ୍କୁ ମିଳିବ । ସେହିପରି ଏ’ଗ୍ରେଡ଼ ଧାନ ପାଇଁ ୩୧୮୯ ଟଙ୍କା ଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ଓ […]

ଚାଷୀଙ୍କୁ ମିଳିବ ବର୍ଦ୍ଧିତ ଏମଏସପି ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ଏମଏସପି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୬୯ ଟଙ୍କା ଅଧିକ ପାଇବେ ଚାଷୀ । ସେହି ଅନୁସାରେ ଏଣିକି ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ବଦଳରେ ୩୧୬୯ ଟଙ୍କା ଚାଷୀଙ୍କୁ ମିଳିବ । ସେହିପରି ଏ’ଗ୍ରେଡ଼ ଧାନ ପାଇଁ ୩୧୮୯ ଟଙ୍କା ଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କେନ୍ଦ୍ର ସରକାର ଅକ୍ଟୋବର ୧୦ ତାରିଖରେ ନିଷ୍ପତି ନେଇଥିଲେ । ଏହାକୁ ରାଜ୍ୟ ସରକାର ନଭେମ୍ବର ମାସରୁ ଲାଗୁ କରିବେ । କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବଢ଼ିଥିବା ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଦେଉଛନ୍ତି ୮୦୦ ଟଙ୍କା ଇନପୁର ସବସିଡି ।

Read More ଆଜି ଶ୍ରୀମନ୍ଦିରରେ ପଇତାଲାଗି ନୀତି,୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Tags: