ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି
ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ବର୍ତ୍ତମାନ ଚାଷକୁ ଫେରୁଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁ ଚାଷୀ ରହିଗଲେ ତାଙ୍କ କଥା ବିଚାର ଚାଲିଛି। ଏଥିପାଇଁ […]
ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ବର୍ତ୍ତମାନ ଚାଷକୁ ଫେରୁଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁ ଚାଷୀ ରହିଗଲେ ତାଙ୍କ କଥା ବିଚାର ଚାଲିଛି। ଏଥିପାଇଁ ନିଷ୍ପତ୍ତି ଶୀଘ୍ର ନିଆଯିବ। ପଞ୍ଜୀକରଣ ଅବଧି ବଢିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
କୃଷକ ପଞ୍ଜିକରଣ ବଢିବା ନେଇ ଗତ ୨୭ ତାରିଖରେ ସିଏମ କିଷାନ ଟଙ୍କା ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ କେତେ ଦିନ ବଢିବ ଖୁବଶୀଘ୍ର ଘୋଷଣା ହେବ I ତେବେ ପଞ୍ଜିକରଣ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି ଏବଂ ଘୋଷଣା ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ,ରାଜ୍ୟରେ ନାହିଁ ସାରର ଅଭାବ। ଯେଉଁ ସବୁ ଜାଗାରେ ଅଭାବ ନେଇ ଖବର ଆସୁଛି ସେଠାକୁ କୌଣସି ଅସୁବିଧା କାରଣରୁ ସାର ନ ପହଞ୍ଚି ଥାଇପାରେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।




