ହିନ୍ଦୋଳରେ ଚାଷୀଙ୍କୁ ଦଳି ମାରିଲା ଦନ୍ତା

ଢେଙ୍କାନାଳ : ହିନ୍ଦୋଳରେ ପୁଣି ଦନ୍ତା ଆତଙ୍କ । ୨ ଦିନ ବ୍ୟବଧାନରେ ୪ ଜଣ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି । ଗତ କାଲି ପୁଣି ଦନ୍ତା ପାଦ ତଳେ ଜଣେ ଚାଷୀଙ୍କ ଜୀବନ ଯାଇଛି । ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁର ସୁଧାକର ସାମଲ । ସେ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ବିଲମାଳରୁ ଶନିବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି […]

ହିନ୍ଦୋଳରେ ଚାଷୀଙ୍କୁ ଦଳି ମାରିଲା ଦନ୍ତା
Samaya Live Picture
Published On

ଢେଙ୍କାନାଳ : ହିନ୍ଦୋଳରେ ପୁଣି ଦନ୍ତା ଆତଙ୍କ । ୨ ଦିନ ବ୍ୟବଧାନରେ ୪ ଜଣ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି । ଗତ କାଲି ପୁଣି ଦନ୍ତା ପାଦ ତଳେ ଜଣେ ଚାଷୀଙ୍କ ଜୀବନ ଯାଇଛି । ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁର ସୁଧାକର ସାମଲ । ସେ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ବିଲମାଳରୁ ଶନିବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୁଧାକର ଶୁକ୍ରବାର ବିଲକୁ ଯାଇଥିଲେ। ହେଲେ ସନ୍ଧ୍ୟାସୁଦ୍ଧା ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ହାତୀ ଭୟରେ ଗ୍ରାମବାସୀ ବିଲକୁ ଯାଇନଥିଲେ। ସକାଳୁ ବିଲ ମଧ୍ୟରୁ ସୁଧାକରଙ୍କ ମୃତଦେହ ଠାବ ହୋଇଛି । ବିଲ ଚାରିପାର୍ଶ୍ୱରେ ହାତୀ ପାଦ ଚିହ୍ନ ଥିବାରୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି।

ସେହିପରି ହିନ୍ଦୋଳରେ ଗୁରୁବାର ଦିନ ହାତୀ ଆକ୍ରମାଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ ହେଲେ କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ । ସେପଟେ ପ୍ରତିବାଦରେ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ। ଫଳରେ ଅନୁଗୁଳ -ଭୁବନେଶ୍ବର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Tags: