କଙ୍ଗାରୁ କୋର୍ଟରେ ଚାଷୀଙ୍କୁ ନିର୍ଯାତନା,ହୃଦଘାତରେ ଚାଲିଗଲା ଜୀବନ
ଭଦ୍ରକ : ଆଜି ଯାଏଁ ସମାଜରୁ ହଟିନାହିଁ ଜାତିପ୍ରଥା । କଙ୍ଗାରୁ କୋର୍ଟରେ ଚାଷୀଙ୍କୁ ଦିଆଗଲା ମାନସିକ ନିର୍ଯାତନା । ଜରିମାନା କରାଯିବାରୁ ହୃଦଘାତରେ ଚାଲିଗଲା ଜୀବନ । ଗାଁରେ ଜାତିଆଣ ବିବାଦ ଯୋଗୁ ଚାଷୀ ବିଶ୍ୱନାଥ ଦାସଙ୍କୁ ଗ୍ରାମସଭା ଡକାଇ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ଏକ ମାସ ମଧ୍ୟରେ ଟଙ୍କା ନଦେଲେ ଗାଁରୁ ବାସନ୍ଦ କରିବା ଧମକ ଦିଆଯାଇଥିଲା । ବାସନ୍ଦ ହେବା ଭୟରେ ହୃଦଘାତ ହେବାରୁ ବିଶ୍ୱନାଥଙ୍କର ମୃତ୍ୟୁ ଘଟିଛି […]
ଭଦ୍ରକ : ଆଜି ଯାଏଁ ସମାଜରୁ ହଟିନାହିଁ ଜାତିପ୍ରଥା । କଙ୍ଗାରୁ କୋର୍ଟରେ ଚାଷୀଙ୍କୁ ଦିଆଗଲା ମାନସିକ ନିର୍ଯାତନା । ଜରିମାନା କରାଯିବାରୁ ହୃଦଘାତରେ ଚାଲିଗଲା ଜୀବନ । ଗାଁରେ ଜାତିଆଣ ବିବାଦ ଯୋଗୁ ଚାଷୀ ବିଶ୍ୱନାଥ ଦାସଙ୍କୁ ଗ୍ରାମସଭା ଡକାଇ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ଏକ ମାସ ମଧ୍ୟରେ ଟଙ୍କା ନଦେଲେ ଗାଁରୁ ବାସନ୍ଦ କରିବା ଧମକ ଦିଆଯାଇଥିଲା । ବାସନ୍ଦ ହେବା ଭୟରେ ହୃଦଘାତ ହେବାରୁ ବିଶ୍ୱନାଥଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରେ । ବିଶ୍ୱନାଥଙ୍କ ମୃତ୍ୟୁପରେ ପତ୍ନୀ ଏବଂ ୫ ଝିଅଙ୍କ ସହ ବେସାହାରା ହୋଇଯାଇଛି ପରିବାର ।
ଘଟନାନୁସାରେ,ନାନ୍ଦପୁର ଗାଁରେ କିଛି ମାସ ହେବ ଗୋପାଳସାହି ଓ ଖଣ୍ଡାୟତ ସାହି ମଧ୍ୟରେ ବିବାଦ ଲାଗି ରହିଛି । ଗତ ସୋମବାର ଦିନ ବିଶ୍ବନାଥ ଦାସ ନାମକ ଜଣେ ବ୍ୟକ୍ତି ଖଣ୍ଡାୟତ ସାହିର ଜଣକ ଟ୍ରାକ୍ଟରରେ ବିଲ ହଳ କରିଥିଲେ । ଏହାକୁ ନେଇ ଗୋପାଳ ସାହିର କିଛି ନିର୍ଦ୍ଧିଷ୍ଟ ଲୋକ ମିଟିଙ୍ଗ ଡାକି ବିଶ୍ବନାଥକୁ ତାଗିଦ କରିବା ସହ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି କରିଥିଲେ । ଟଙ୍କା ନଦେଲେ ଏକ ଘରିଆ କରିବାକୁ କଙ୍ଗାରୁ କୋର୍ଟରେ ଧମକ ଦିଆଯାଇଥିଲା । ଏ କଥା ଭାବି ଭାବି ବିଶ୍ବନାଥଙ୍କ ଛାତିରେ ଯନ୍ତ୍ରଣା ହେଲା । ତେଣୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ବିଶ୍ବନାଥଙ୍କର ଛଅ ଝିଅ । ବଡ଼ ଝିଅକୁ ବାହା ଦେଇଥିବା ବେଳେ ଘରେ ପାଞ୍ଚ ଝିଅ ଅଛନ୍ତି । ବିଶ୍ବନାଥଙ୍କ ଏମିତି ଅକାଳ ମୃତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।




