ବିଦ୍ୟୁତ ଆଘାତରେ ଚାଷୀ ମୃତ
ଭଦ୍ରକ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ପଡୋଶୀଙ୍କ ଚାଷ ଜମିରେ ଲାଗିଥିବା ବିଦ୍ୟୁତ ତାରରେ ଗୋଡ଼ ପଡିଯିବାରୁ ଆଜି ସକାଳେ ଚାଷୀ ବୁଦ୍ଧିରାମ ବେହେରାଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋରୁଆ ଗାଁରେ । ଆଜି ସକାଳେ ବୁଦ୍ଧିରାମ ବିଲକୁ ଯାଇଥିଲେ । ଅନେକ ସମୟ ଧରି ବୁଦ୍ଧିରାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବାକୁ ଯାଇ ବିଲରୁ ତାଙ୍କୁ […]
ଭଦ୍ରକ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ପଡୋଶୀଙ୍କ ଚାଷ ଜମିରେ ଲାଗିଥିବା ବିଦ୍ୟୁତ ତାରରେ ଗୋଡ଼ ପଡିଯିବାରୁ ଆଜି ସକାଳେ ଚାଷୀ ବୁଦ୍ଧିରାମ ବେହେରାଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋରୁଆ ଗାଁରେ ।
ଆଜି ସକାଳେ ବୁଦ୍ଧିରାମ ବିଲକୁ ଯାଇଥିଲେ । ଅନେକ ସମୟ ଧରି ବୁଦ୍ଧିରାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବାକୁ ଯାଇ ବିଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜମି ମାଲିକ ଗୋରୁଙ୍କ ପାଇଁ କରେଣ୍ଟ ଲଗାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଚାଷୀଙ୍କ ମୃତ୍ୟୁ ପରେ ଜମି ମାଲିକକୁ ଅଟକ ରଖାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




