ଚାଷୀ ମୁଣ୍ଡରେ ଚଡକ

ସମୟ ଲାଇଭ,25/4(ପ୍ରଫୁଲ୍ଲ ମିଶ୍ର): କରୋନା ର ପ୍ରଭାବ ସାଙ୍ଗକୁ ଅଦିନିଆ ବର୍ଷା ଦାଉ ସାଜିଛି ଚାଷ ଓ ଚାଷୀ କୂଳକୁ। ଏଭଲି ଦୃଶ୍ୟ ଦେଖୁବାକୁ ମିଳିଛି କଟକଜିଲ୍ଲା ସାଲେପୁର ରାଇସୁଗୁଡା ଅଂଚଳରେ। ପନିପରିବା ସାଙ୍ଗକୁ ରବି ଫସଲ ଉପରେ ଦାଉ ସାଜିଛି ପ୍ରକୃତି। ହଜାର ହଜାର ହେକ୍ଟର ଜମିରେ ପନିପରିବା ସାଙ୍ଗକୁ ରବି ଫସଲ କରିଥିଲେ ଚାଷୀ। ହେଲେ ପ୍ରକୃତିର କରାଳ ପ୍ରଭାବରେ ସବୁ କିଛି ଉଜୁଡ଼ି ଯାଇଛି। ସବୁଠାରୁ ବେଶୀ କ୍ଷତି ହୋଇଛି ରବି ଜାତୀୟ […]

Samaya Live Picture
Published On

ସମୟ ଲାଇଭ,25/4(ପ୍ରଫୁଲ୍ଲ ମିଶ୍ର): କରୋନା ର ପ୍ରଭାବ ସାଙ୍ଗକୁ ଅଦିନିଆ ବର୍ଷା ଦାଉ ସାଜିଛି ଚାଷ ଓ ଚାଷୀ କୂଳକୁ। ଏଭଲି ଦୃଶ୍ୟ ଦେଖୁବାକୁ ମିଳିଛି କଟକଜିଲ୍ଲା ସାଲେପୁର ରାଇସୁଗୁଡା ଅଂଚଳରେ। ପନିପରିବା ସାଙ୍ଗକୁ ରବି ଫସଲ ଉପରେ ଦାଉ ସାଜିଛି ପ୍ରକୃତି। ହଜାର ହଜାର ହେକ୍ଟର ଜମିରେ ପନିପରିବା ସାଙ୍ଗକୁ ରବି ଫସଲ କରିଥିଲେ ଚାଷୀ। ହେଲେ ପ୍ରକୃତିର କରାଳ ପ୍ରଭାବରେ ସବୁ କିଛି ଉଜୁଡ଼ି ଯାଇଛି। ସବୁଠାରୁ ବେଶୀ କ୍ଷତି ହୋଇଛି ରବି ଜାତୀୟ ଫସଲକୁ। ଏବେ ଚାଷୀର ଅମଳ ସମୟ ହେଲେ ଅମଳ ଫସଲ ଏବେ ଉଜୁଡିଯାଇଛି କ୍ଷେତରେ। ଧାର କରଜ ସାଙ୍ଗକୁ ଋଣ ଏବେ ବୋଝ ଉପରେ ନଳିତା ବିଡା ସାଜିଛି।
ମୁଗ ବିରି ବିଲରେ ବର୍ଷା ପାଣି ସାଙ୍ଗକୁ ଫାଟି ଗଜା ହୋଇଗଲାଣି ବିଲରେ। ପରିବାର ପ୍ରତିପୋଷଣ କରିବା କଷ୍ଟକର କର ହୋଇପଡ଼ିଛି।

 କଟକଜିଲ୍ଲା ସାଲେପୁର ରାଇସୁଙ୍ଗୁଡା ରେ   ହଜାର  ହଜାର ହେକ୍ଟର ଜମିରେ ରବିଜାତୀୟ ଫସଲ କରିଥିଲେ ଚାଷୀ। ଅମଳ ସମୟରେ କ୍ଷେତରେ ଜମି ରହିଛି ପାଣି। ଅମଳ ଫସଲ ଏବେ ଗଜା ହେବାକୁ ବସିଲାଣି। ଫସଲ ଅମଳ କରି  ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତା ଚାଷୀ। ଏବେ ପରିବାର ଚଳାଇବା ବଡ଼ କଷ୍ଟ କର ହୋଇପଡିଛି।
ସରକାର ଙ୍କ ଲକଡାଉନ ଘୋଷଣା  ଓ ଅଦିନିଆ ବର୍ଷା ଯୋଗୁ କ୍ଷେତରେ ସବୁ ଅମଳ ଫସଲ ନଷ୍ଟ।ଧାର କରଜ କରି କରିଥିବା ଚାଷୀ ଏବେ ପୁରା ହତାଶ ହୋଇପଡିଛନ୍ତି |   ପରିବାର ପ୍ରତିପୋଷଣ କରିବା ଆଗକୁ ବହୁତ କଷ୍ଟ କର ବ୍ୟାପାର ହୋଇପଡିବ ବୋଲି ଚାଷୀ  କହିଛନ୍ତି |

Tags: