ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ : ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏଥିସହିତ ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହା ସହ ଏକ ଲକ୍ଷ ଟଙ୍କାର ଚେକ୍ ଚିକତ୍ସା ସହାୟତା ପାଇଁ ପ୍ରଦାନ କରିଛନ୍ତି । […]

Samaya Live Picture
Published On

ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏଥିସହିତ ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ଏହା ସହ ଏକ ଲକ୍ଷ ଟଙ୍କାର ଚେକ୍ ଚିକତ୍ସା ସହାୟତା ପାଇଁ ପ୍ରଦାନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ ।

ଶ୍ରୀ ପ୍ରଣବ ପଟ୍ଟନାୟକ ୧୯୩୮ ମସିହା ଜାନୁଆରି ୨୦ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍‌ରେ ଜନ୍ମ ଗ୍ରହଣ କରିଥିଲେ I ବର୍ତ୍ତମାନ ତାଙ୍କୁ ୮୬ ବର୍ଷ ହୋଇଥିବାବେଳେ ସେ ୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା’ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି I ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା । ମାଝିରେ… ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗ…। ‘ମଣିମା ଶୁଣିମା…ହେଉ ଅବା ‘ସୀମା ହୀନ ଦରିଆ…। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍‌ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ଏହି ଶିଳ୍ପୀ |ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।

Tags: