ଶ୍ରୀଜଗନ୍ନାଥଙ୍କ ନାମରେ ପୁଣି ଫେକ ୱେବସାଇଟ
ପୁରୀ : ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ । ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକିବାକୁ ଚେଷ୍ଟା କରାଯାଇଛି । ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି । ଅନଲାଇନରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ, ଶୁଖିଲା ଭୋଗ ମିଳିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଯୋଗାଯୋଗ ପାଇଁ ୱେବସାଇଟରେ ଚାରି ପ୍ରକାର ପୂଜା ପାଇଁ ଭିନ୍ନ ପ୍ରକାର ଦର ଥିବା ବିଜ୍ଞାପନରେ ଦେଖାଯାଇଛି । ଏମିତି ଖବର ଏବେ ଭାଇରଲ […]
ପୁରୀ : ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ । ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକିବାକୁ ଚେଷ୍ଟା କରାଯାଇଛି । ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି । ଅନଲାଇନରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ, ଶୁଖିଲା ଭୋଗ ମିଳିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଯୋଗାଯୋଗ ପାଇଁ ୱେବସାଇଟରେ ଚାରି ପ୍ରକାର ପୂଜା ପାଇଁ ଭିନ୍ନ ପ୍ରକାର ଦର ଥିବା ବିଜ୍ଞାପନରେ ଦେଖାଯାଇଛି । ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ ।
ଏହି ପୂଜା ମଧ୍ୟରେ ରହିଛି ଅଭିଷେକ ପୂଜା, ତୁଲସୀଦାନ ପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା ଓ ସାଧାରଣ ଦର୍ଶନପୂଜା ଅଭିଷେକ ପୂଜା । ପୂଜା ପରି ସେବା ଡଟ କମ୍ ନାମକ ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଘୁରି ବୁଲୁଚି । ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନଲାଇନରେ ଠକେଇ ହେଉଛନ୍ତି। ଅନ୍ୟପଟେ ଏହାକୁ ବିଶ୍ୱାସ ନ କରିବା ପାଇଁ ଅପିଲ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଏହା ଉପରେ ତଦନ୍ତ ଚାଲିଛି ,ସାଇବର ଏକ୍ସପର୍ଟ ଙ୍କ ଦ୍ଵାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଖୁବ ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।




