ବଜାରରେ ମିଳୁଛି ନକଲି ପାଣି ଜାର

କଟକ : ବ୍ରାଣ୍ଡେଡ ଜାର ପାଣି ବି ହେଉଛି ନକଲି । ବ୍ରାଣ୍ଡେଡ ଜାରରେ ମିଳୁଛି ଟ୍ୟାବ ପାଣି । କଟକରେ ଏହି ନକଲି ପାଣି ଜାର ଠାବ ହୋଇଛି । ଦୀର୍ଘ ବର୍ଷ ଧରି କଟକ କାଳିଗଳି ସ୍ଥିତ ଚିମଙ୍କା ବ୍ରାଣ୍ଡ କମ୍ପାନୀ ମାଲିକ ଏହି ନକଲି ପାଣି ବ୍ୟବସାୟ କରୁଥିବା ଜଣ ପଡିଛି । ବିଶେଷ ସୂତ୍ରରୁ ଖବର ମିଳିବା ପରେ ଚଢ଼ଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ। ପାଣି କମ୍ପାନୀରେ […]

ବଜାରରେ ମିଳୁଛି ନକଲି ପାଣି ଜାର
Samaya Live Picture
Published On

କଟକ : ବ୍ରାଣ୍ଡେଡ ଜାର ପାଣି ବି ହେଉଛି ନକଲି । ବ୍ରାଣ୍ଡେଡ ଜାରରେ ମିଳୁଛି ଟ୍ୟାବ ପାଣି । କଟକରେ ଏହି ନକଲି ପାଣି ଜାର ଠାବ ହୋଇଛି । ଦୀର୍ଘ ବର୍ଷ ଧରି କଟକ କାଳିଗଳି ସ୍ଥିତ ଚିମଙ୍କା ବ୍ରାଣ୍ଡ କମ୍ପାନୀ ମାଲିକ ଏହି ନକଲି ପାଣି ବ୍ୟବସାୟ କରୁଥିବା ଜଣ ପଡିଛି । ବିଶେଷ ସୂତ୍ରରୁ ଖବର ମିଳିବା ପରେ ଚଢ଼ଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ। ପାଣି କମ୍ପାନୀରେ ଚଢ଼ାଉ କରିବା ପରେ କମ୍ପାନୀର କୌଣସି କାଗଜପତ୍ର ନଥିବା ସହ ବ୍ରାଣ୍ଡ ଜାର ରେ ଟ୍ୟାବ ରୁ ପାଣି ପୁରାଇ ବିକ୍ରି କରିବାର ଦେଖିବାକୁ ପାଇଥିଲେ। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ କମ୍ପାନୀଙ୍କୁ ସିଲ କରିବା ସହ ସମ୍ପୁକ୍ତ କମ୍ପାନୀକୁ ଫାଇନ କରିଥିଲା। ତେବେ କିଛିଦିନ ପୂର୍ବେ କଟକ ଜଗତପୁର ଅଞ୍ଚଳରେ ଏହିଭଳି ଆଉ ଏକ ପାଣି କମ୍ପାନୀକୁ ସିଲ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ।

Tags: