ରାଉରକେଲାରେ ନକଲି ଓମଫେଡ ଘିଅ ଜବତ, ପୁଲିସ ଚଢ଼ାଉ ଜାରି

ରାଉରକେଲା : ସହରରେ ନାମିଦାମୀ ବ୍ରାଣ୍ଡର ଲୋଗ ମାରି ଅବାଧରେ ବିକ୍ରି ଚାଲିଛି ବିଭିନ୍ନ ନକଲି ଖାଦ୍ୟ ପଦାର୍ଥ। ରାଉରକେଲା ସହରର ଦୁଇଟି ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧୭ ଲିଟର ନକଲି ଓମଫେଡ ଘିଅ ଜଵତ କରାଯାଇଛି। ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଓ ସେକ୍ଟର ୮ ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୭ ଲିଟର ନକଲି ଓମଫେଡ ଘିଅ ଜଵତ କରାଯାଇଛି। ରାଉରକେଲା ସହରରେ କିଛି ମୁଆଫାଖୋର ବ୍ୟବସାୟୀ ନକଲି ଓମଫେଡ […]

ରାଉରକେଲାରେ ନକଲି ଓମଫେଡ ଘିଅ ଜବତ, ପୁଲିସ ଚଢ଼ାଉ ଜାରି
Samaya Live Picture
Published On

ରାଉରକେଲା : ସହରରେ ନାମିଦାମୀ ବ୍ରାଣ୍ଡର ଲୋଗ ମାରି ଅବାଧରେ ବିକ୍ରି ଚାଲିଛି ବିଭିନ୍ନ ନକଲି ଖାଦ୍ୟ ପଦାର୍ଥ। ରାଉରକେଲା ସହରର ଦୁଇଟି ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧୭ ଲିଟର ନକଲି ଓମଫେଡ ଘିଅ ଜଵତ କରାଯାଇଛି। ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଓ ସେକ୍ଟର ୮ ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୭ ଲିଟର ନକଲି ଓମଫେଡ ଘିଅ ଜଵତ କରାଯାଇଛି।

ରାଉରକେଲା ସହରରେ କିଛି ମୁଆଫାଖୋର ବ୍ୟବସାୟୀ ନକଲି ଓମଫେଡ ଘିଅ ଵିକ୍ରି କରୁଥିବା ଓମଫେଡ ପକ୍ଷରୁ ରାଉରକେଲା ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ରାଉରକେଲା ପୁଲିସ ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଚଢ଼ାଉ କରି ୪ ଲିଟର ଓ ସେକ୍ଟର ୮ ଅଞ୍ଚଳରେ ଚଢ଼ାଉ କରି ୧୩ ଲିଟର ନକଲି ଓମଫେଡ ଘିଅ ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନକଲି ଓମଫେଡ ଘିଅ କେଉଁଠି ତିଆରି ହେଉଛି ଓ ନକଲି ଓମଫେଡ ଘିଅ କାରବାର ପଛରେ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ରାଉଲକେଲା ସହରରେ ନକଲି ଓମଫେଡ ଘିଅ ବିକ୍ରି କରୁଥିବା ମୁନାଫାଖୋର ବ୍ୟବସାୟୀଙ୍କୁ ଗିରଫ କରିବା ସହ ନିୟମିତ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Tags: