ନକଲି କ୍ଷୀର ଫ୍ୟାକ୍ଟ୍ରି ଠାବ
କଟକ: ପୁଣି ଠାବ ହେଲା ନକଲି କ୍ଷୀର ଫ୍ୟାକ୍ଟ୍ରି । କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ ଚାଲିଛି । ଚଢ଼ାଉ ବେଳେ ଦୁଗ୍ଧ ପ୍ୟାକେଟ ଭିତରେ ଖାଇବା ଶୋଡ଼ା,କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା କ୍ଷୀର ପ୍ୟାକେଟ । କମ୍ପାନୀକୁ ସିଲ କରାଯାଇ ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଯାଇଛି। ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । […]
କଟକ: ପୁଣି ଠାବ ହେଲା ନକଲି କ୍ଷୀର ଫ୍ୟାକ୍ଟ୍ରି । କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ ଚାଲିଛି । ଚଢ଼ାଉ ବେଳେ ଦୁଗ୍ଧ ପ୍ୟାକେଟ ଭିତରେ ଖାଇବା ଶୋଡ଼ା,କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା କ୍ଷୀର ପ୍ୟାକେଟ । କମ୍ପାନୀକୁ ସିଲ କରାଯାଇ ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଯାଇଛି। ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠା ଯାଉଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୋଲିସ ଅନୁଧାନ କରୁଛି ବୋଲି କଟକ ଏସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।




