ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ

ପୁରୀ : ପୁରୀ ଜିଲ୍ଲାରୁ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ । ନିମାପଡ଼ା ନହନ୍ତରା ହାଇସ୍କୁଲରେ ପରୀକ୍ଷା ଦେବା ବେଳେ ଧରାପଡ଼ିଲେ ନକଲି ଛାତ୍ର । ଆଡମିଟ୍ କାର୍ଡ ଫଟୋ ସହ ଛାତ୍ରଙ୍କର ଫଟୋ ମ୍ୟାଚ ନକରିବାରୁ ଧରାପଡ଼ିଛନ୍ତି। ପରୀକ୍ଷାର୍ଥୀ ଜଣଙ୍କ ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ ବୋଲି ଜଣାପଡ଼ିଛି। ସେ ସଲଙ୍ଗ ଅଂଚଳର ଜଣେ ପିଲା ପାଇଁ ପରୀକ୍ଷା ଦେଉଥିଲେ । ସୂଚନା ଅନୁଯାୟୀ, ନିମାପଡ଼ା ବ୍ଲକ ସଲଙ୍ଗ ପଞ୍ଚାୟତ ମଧୁବନ ଶିକ୍ଷାଶ୍ରମରେ ଅଧ୍ୟୟନରତ ଜଣେ […]

ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ
Samaya Live Picture
Published On

ପୁରୀ : ପୁରୀ ଜିଲ୍ଲାରୁ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ । ନିମାପଡ଼ା ନହନ୍ତରା ହାଇସ୍କୁଲରେ ପରୀକ୍ଷା ଦେବା ବେଳେ ଧରାପଡ଼ିଲେ ନକଲି ଛାତ୍ର । ଆଡମିଟ୍ କାର୍ଡ ଫଟୋ ସହ ଛାତ୍ରଙ୍କର ଫଟୋ ମ୍ୟାଚ ନକରିବାରୁ ଧରାପଡ଼ିଛନ୍ତି। ପରୀକ୍ଷାର୍ଥୀ ଜଣଙ୍କ ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ ବୋଲି ଜଣାପଡ଼ିଛି। ସେ ସଲଙ୍ଗ ଅଂଚଳର ଜଣେ ପିଲା ପାଇଁ ପରୀକ୍ଷା ଦେଉଥିଲେ ।

ସୂଚନା ଅନୁଯାୟୀ, ନିମାପଡ଼ା ବ୍ଲକ ସଲଙ୍ଗ ପଞ୍ଚାୟତ ମଧୁବନ ଶିକ୍ଷାଶ୍ରମରେ ଅଧ୍ୟୟନରତ ଜଣେ ସଂଖ୍ୟାଲଘୁ ଶ୍ରେଣୀର ଛାତ୍ର ଶେଖ୍ ମୁସଲଉଦିନଙ୍କ ସ୍ଥାନରେ ରାଜା ଭୋଇ ପରୀକ୍ଷା ଦେଉଥିଲେ। ନହନ୍ତରା ହାଇସ୍କୁଲରୁ ପରୀକ୍ଷା ଦେଉଥିବା ସମୟରେ ତାଙ୍କୁ ନେଇ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ପୁଷ୍ପାଞ୍ଜଳି ସେଠୀଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେ ରାଜା ଭୋଇଙ୍କୁ ଆଡମିଟ୍ କାର୍ଡ ମାଗି ଦେଖିଥିଲେ। ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ସେ ନକଲି ପରୀକ୍ଷାର୍ଥୀ ବୋଲି ଜାଣି ପାରିଥିଲେ। ଶେଷରେ ଗତକାଲି ରାତିରେ ଛାତ୍ର ଜଣଙ୍କୁ ପୋଲିସ ଜିମା ଦେବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Tags: