ରାଜଧାନୀରେ ନକଲି DSP

ଭୁବନେଶ୍ୱର: ରାଜଧାନୀରୁ ଧରାପଡ଼ିଲେ ନକଲି ଡିଏସ୍‌ପି। ଚାକିରି କରାଇ ଦେବାକୁ କହି କରୁଥିଲେ ଠକେଇ। ନାଇଟ୍‌ ବ୍ଲକିଂ ଚେକିଂ ବେଳେ ଧରିଲା ସହିଦନଗର ପୋଲିସ । ନକଲି ଡିଏସ୍‌ପି ଭଦ୍ରକର ମାନସ ରଞ୍ଜନ ସେନାପତି ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଘରୁ ପୋଲିସ ପୋଷାକ, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ପୋଲିସ ଜୋତା, ବେଲ୍ଟ ଓ ଟୋପି ସହ ନକଲି ଆଇକାର୍ଡ, କାର୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି। ସୂଚନା ଅନୁସାରେ, ଭଦ୍ରକର ମାନସ ସେନାପତି […]

Samaya Live Picture
Published On

ଭୁବନେଶ୍ୱର: ରାଜଧାନୀରୁ ଧରାପଡ଼ିଲେ ନକଲି ଡିଏସ୍‌ପି। ଚାକିରି କରାଇ ଦେବାକୁ କହି କରୁଥିଲେ ଠକେଇ। ନାଇଟ୍‌ ବ୍ଲକିଂ ଚେକିଂ ବେଳେ ଧରିଲା ସହିଦନଗର ପୋଲିସ । ନକଲି ଡିଏସ୍‌ପି ଭଦ୍ରକର ମାନସ ରଞ୍ଜନ ସେନାପତି ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଘରୁ ପୋଲିସ ପୋଷାକ, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ପୋଲିସ ଜୋତା, ବେଲ୍ଟ ଓ ଟୋପି ସହ ନକଲି ଆଇକାର୍ଡ, କାର୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି।

ସୂଚନା ଅନୁସାରେ, ଭଦ୍ରକର ମାନସ ସେନାପତି ନାମକ ବ୍ୟକ୍ତି ଦୀର୍ଘ ଦିନ ଧରି ଭୁବନେଶ୍ୱରର ମଧୁସୂଦନ ନଗରରେ ରହି ଆସୁଥିଲେ। ନକଲି ଡିଏସ୍‌ପି ପରିଚୟ ପତ୍ର ଦେଖାଇ ଚାକିରି କରାଇ ଦେବାକୁ କହି ଅନେକ ଲୋକଙ୍କୁ ଠକେଇ କରିଥିଲେ। ଏନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।

ଶେଷରେ ନକଲି ଡିଏସ୍‌ପି ଧରାପଡ଼ିଚନ୍ତି। ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ନକଲି ଡିଏସ୍‌ପିଙ୍କୁ ସହିଦନଗର ପୋଲିସ ଧରିଛି। ଅଭିଯୁକ୍ତ ଘରୁ ପୋଲିସ ପୋଷାକ, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ପୋଲିସ ଜୋତା, ବେଲ୍ଟ ଓ ଟୋପି ସହ ନକଲି ଆଇ କାର୍ଡ, କାର୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି।

 

Tags: