ଆଇଆଇସିଙ୍କ ନାଁ ନେଇ ଫେକ କଲ ,ଛାତ୍ର ନେତାଙ୍କ ସମେତ ୩ ଗିରଫ
ଭୁବନେଶ୍ୱର : ଆଇଆଇସିଙ୍କ ନାଁ ନେଇ ଫେକ କଲ ଘଟଣା । ଅଭିନେତାଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଛାତ୍ରନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । ପୂର୍ବତନ କଂଗ୍ରେସ ଛାତ୍ରନେତା ଇତିଶ ପ୍ରଧାନଙ୍କ ସହ ବିପ୍ଳବ ପରିଡ଼ା, ଅର୍ପଣ ମିଶ୍ର ଗିରଫ ହୋଇଛନ୍ତି। ୟୁଟ୍ୟୁବର ସରୋଜ କୁମାର ମିଶ୍ର ଓରଫ ତପି ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ପରେ ୩ଜଣଙ୍କୁ […]
ଭୁବନେଶ୍ୱର : ଆଇଆଇସିଙ୍କ ନାଁ ନେଇ ଫେକ କଲ ଘଟଣା । ଅଭିନେତାଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଛାତ୍ରନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । ପୂର୍ବତନ କଂଗ୍ରେସ ଛାତ୍ରନେତା ଇତିଶ ପ୍ରଧାନଙ୍କ ସହ ବିପ୍ଳବ ପରିଡ଼ା, ଅର୍ପଣ ମିଶ୍ର ଗିରଫ ହୋଇଛନ୍ତି। ୟୁଟ୍ୟୁବର ସରୋଜ କୁମାର ମିଶ୍ର ଓରଫ ତପି ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି।
ସୂଚନାନୁସାରେ ଦୁଇ ୟୁଟ୍ୟୁବର ସରୋଜ (ତପି) ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ପୂର୍ବରୁ ବିବାଦ ହୋଇଥିଲା। ଏହି ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ । ତେବେ ଗତ ୯ ତାରିଖ ରାତିରେ ଇତିଶ ପ୍ରଧାନ, ବିପ୍ଲବ ପରିଡା, ଅର୍ପଣ ମିଶ୍ର,ଅଭିଯୋଗକାରୀ ସରୋଜ (ତପି) ମିଶ୍ରଙ୍କୁ ସହିଦ ନଗର ଥାନା ଆଇଆଇସିଙ୍କ ନାଁରେ କଲ୍ କରି ଥାନାକୁ ଆସିବା ଲାଗି କହିଥିଲେ । ରାତିରେ ତପି ମିଶ୍ର ଥାନାରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ମୁହଁରେ କାଳିମାଡ କରିବା ସହ ଭୁଜାଲି ଓ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ। ତପିଙ୍କ ଅଭିଯୋଗ ଆଧାରରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ଘଟଣାର ୫ ଦିନ ପୂର୍ବରୁ ସେମାନେ ତପି ମିଶ୍ରଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଅଭିଯୁକ୍ତ ବିପ୍ଲବଙ୍କ ନାମରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଇତିଶଙ୍କ ନାମରେ ବି ବିଭିନ୍ନ ଥାନାରେ ୫ଟି ମାମଲା ରହିଛି।




