ମାର୍ଚ୍ଚରୁ ଅସହ୍ୟ ହେବ ତାତି
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରୁ ବଢ଼ିଲାଣି ତାତି I ଏଥର ଅସହ୍ୟ ତାତିରେ ଛଟପଟ ହେବେ ରାଜ୍ୟବାସୀ ।’ଏଲ ନିନୋ’ପ୍ରଭାବରେ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ I ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMDI I ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନାକୁ ଦୃଷ୍ଟି ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗର ସବୁ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନୋଟିସ ଜାରି […]
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରୁ ବଢ଼ିଲାଣି ତାତି I ଏଥର ଅସହ୍ୟ ତାତିରେ ଛଟପଟ ହେବେ ରାଜ୍ୟବାସୀ ।’ଏଲ ନିନୋ’ପ୍ରଭାବରେ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ I ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMDI I ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନାକୁ ଦୃଷ୍ଟି ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗର ସବୁ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନୋଟିସ ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହର ମୁକାବିଲା ଓ ପ୍ରସ୍ତୁତି ନେଇ ପଦକ୍ଷେପ ନେବାକୁ କୁହାଯାଇଛି I
ଛାତ୍ରଛାତ୍ରୀଙ୍କ ନିମନ୍ତେ ପିଇବା ପାଣିର ବ୍ୟବସ୍ଥା, ଆବଶ୍ୟକ ସ୍ଥଳେ ଓଆରଏସ୍ ତଥା ବିଦ୍ୟାଳୟ ପରିସରରେ ନଳକୂପ ମରାମତିର ଆବଶ୍ୟକ ଥିଲେ ତୁରନ୍ତ ମରାମତି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ଉପକରଣ ତଥା ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି। ସେହିପରି ଆଉଟ ଡୋର କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କୁହାଯାଇଛି। ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଖରା ଛୁଟି ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି।
ସୂଚନାନୁସାରେ,ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ରୁ ମେ ମାସ ମଧ୍ୟରେ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହେବ। ଏନେଇ IMD ତିନିମାସିଆ ପୂର୍ବାନୁମାନ ଜାରି କରିଛି। ଆଗାମୀ ୩-୪ ଦିନ ମଧ୍ୟରେ ତାପମାତ୍ରା ବଢ଼ି ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ଅନୁଭୂତ ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ବଢିବ ତାତି I ୨୨ ତାରିଖରୁ ସାରାରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେବ I ଏହାର ପ୍ରଭାବ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ରହିବା ନେଇ ଆକଳନ କରାଯାଇଛି।




