କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି,୨ ଦିନବନ୍ଦ ରହିବ ଶିମିଳିପାଳ
ମୟୁରଭଞ୍ଜ : ରାଜ୍ୟରେ ୨୦ ତାରିଖରୁ ପାଗରେ ହୋଇଛି ପରିବର୍ତ୍ତନ । କାଳବୈଶାଖୀ ଯୋଗୁଁ ପାରଦ ହୋଇଛି ତଳମୁହାଁ । କାଳବୈଶାଖୀ ପ୍ରଭାବରେ ଅନ୍ୟ ଜିଲ୍ଲା ଗୁଡିକ ଅପେକ୍ଷା ମୟୁରଭଞ୍ଜରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ପ୍ରବଳ ବର୍ଷା ପବନ ସାଙ୍ଗକୁ ହୋଇଥିଲା କୁଆପଥର ମାଡ଼ । ଫଳରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡିବା ସହିତ ଘର ଦ୍ୱାର ଭାଙ୍ଗି ଉଜୁଡି ଯାଇଛି । ସେହିପରି ୨୨ ଓ ୨୩ ତାରିଖ ମଧ୍ୟ ପ୍ରବଳ […]
ମୟୁରଭଞ୍ଜ : ରାଜ୍ୟରେ ୨୦ ତାରିଖରୁ ପାଗରେ ହୋଇଛି ପରିବର୍ତ୍ତନ । କାଳବୈଶାଖୀ ଯୋଗୁଁ ପାରଦ ହୋଇଛି ତଳମୁହାଁ । କାଳବୈଶାଖୀ ପ୍ରଭାବରେ ଅନ୍ୟ ଜିଲ୍ଲା ଗୁଡିକ ଅପେକ୍ଷା ମୟୁରଭଞ୍ଜରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ପ୍ରବଳ ବର୍ଷା ପବନ ସାଙ୍ଗକୁ ହୋଇଥିଲା କୁଆପଥର ମାଡ଼ । ଫଳରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡିବା ସହିତ ଘର ଦ୍ୱାର ଭାଙ୍ଗି ଉଜୁଡି ଯାଇଛି । ସେହିପରି ୨୨ ଓ ୨୩ ତାରିଖ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଶନିବାର ଏବଂ ରବିବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ଲଗାତାର ବର୍ଷା ହୋଇଛି। ଗୁରୁବାର ଦିନ ଅପରାହ୍ନରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକ ଆଦିରେ କୁଆପଥର ମାଡ଼ ସହ ବର୍ଷା ହୋଇଥିବା ବେଳେ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ହାନୀ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ମୋଟ ୧୯ଟି ପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଆଜି ସ୍ଥିତି ସମୀକ୍ଷା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ନେଇ ସୂଚନା ରହିଛି ।




