ଭରତପୁର ଥାନା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ସେନା ମେଜର ବିବାଦ ଘଟଣା । ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୫ ଜାନୁଆରୀ ୩୧ ଜାନୁଆରୀ ଯାଏଁ ତଦନ୍ତ କମିଶନ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି । ଗୃହ ବିଭାଗ […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ସେନା ମେଜର ବିବାଦ ଘଟଣା । ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୫ ଜାନୁଆରୀ ୩୧ ଜାନୁଆରୀ ଯାଏଁ ତଦନ୍ତ କମିଶନ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାନୁସାରେ,ଗତ ସେପ୍ଟେମ୍ବର ୧୪ ରେ ଭରତପୁର ଥାନାରେ ସେନା ମେଜର ତାଙ୍କ ବାନ୍ଧବୀ ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହିତ ୫ ଜଣକୁ ନିଲମ୍ବିତ କରାଯାଇଥିଲା I ଘଟଣାର ତଦନ୍ତ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେବା ସହ ଏକ ତଦନ୍ତ କମିଶନ ମଧ୍ୟ ଗଠନ କରିଥିଲେ । ଯାହାକି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା । ହେଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କାର୍ଯ୍ୟକାଳ ନଭେମ୍ବର ୨୨ରେ ସରିବାକୁ ଯାଉଥିଲା । ଯାହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧା କରାଯାଇଛି । ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Tags: