ବିଏସ୍କେୱାଇ ନବୀନ କାର୍ଡ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର : ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଅବଧି ଶେଷ ହେବାକୁ ଥିବାବେଳେ,ଏହି ପଞ୍ଜୀକରଣ ସମୟସୀମାକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି I ଏନେଇ ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚିତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର ଅନ୍ଲାଇନ ଦରଖାସ୍ତ ସମୟସୀମା ବଢାଯାଇଛି Iଏଥିସହ ଏଥିପାଇଁ ଗ୍ରାମାଞ୍ଚଳ […]
ଭୁବନେଶ୍ୱର : ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଅବଧି ଶେଷ ହେବାକୁ ଥିବାବେଳେ,ଏହି ପଞ୍ଜୀକରଣ ସମୟସୀମାକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି I ଏନେଇ ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚିତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର ଅନ୍ଲାଇନ ଦରଖାସ୍ତ ସମୟସୀମା ବଢାଯାଇଛି Iଏଥିସହ ଏଥିପାଇଁ ଗ୍ରାମାଞ୍ଚଳ ଏବଂ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଏସ୍କଓ୍ବୋଇ ନବୀନ କାର୍ଡ ଲାଗି ଗତ ୬ତାରିଖରୁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଏହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଜନସାଧାରଣଙ୍କଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଅନ୍ଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ପୁଣିଥରେ ସମୟସୀମା ବୃଦ୍ଧି କରାଯାଇଥିବାରୁ ବଞ୍ଚତ୍ତ ହିତାଧିକାରୀ ଆବେଦନ କରିବାକୁ ସୁଯୋଗ ପାଇବେ। ଏଠାରେ ଉଲ୍ଲେଖଯୋଗ୍ୟ, ବିଏସ୍କେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହିତାଧିକାରୀମାନେ ଚଳିତବର୍ଷ ମେ’ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡିକରେ ନିର୍ଦ୍ଧାରିତ ରୋଗଗୁଡିକର ଚିକିତ୍ସା ସୁବିଧା ପାଇବେ। ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ରହିଛି।




